ବିନା ଟିକେଟ୍‌ ଯାତ୍ରୀ ସିଟରେ ଆଉ ଟିକେଟ୍‌ କରିଥିବା ଯାତ୍ରୀ ବସିଛନ୍ତି ତଳେ, ଏଇଟା ସ୍ଲିପର ନା ଜେନେରାଲ

ଅନେକ ରେଳ ଯାତ୍ରୀ ସୋସିଆଲ ମିଡିଆରେ ଟ୍ରେନର ଏମିତି ସ୍ଥିତି ବିଷୟରେ କହିଛନ୍ତି । ଟ୍ରେନରେ ବହୁତ ଅଧିକ ଭିଡ ଦେଖିବାକୁ ମିଳୁଛି ଏବଂ ବି ନା ଟିକେଟ ଯାତ୍ରୀ ସିଟରେ ବସିକି ଯାଉଛନ୍ତି । ଆଉ ଏତେ ଟଙ୍କା ଦେଇ ଟିକେଟ କରିଥିବା ଯାତ୍ରୀ ତଳେ କିମ୍ବା ଛିଡା ହୋଇ ଯାତ୍ରା କରୁଛନ୍ତି ।

ଗତ କିଛି ଦିନ ଧରି ଟ୍ରେନରେ ବହୁତ ଭିଡ ଦେଖିବାକୁ ମିଳୁଛି । ଅନେକ ରେଳ ଯାତ୍ରୀ ସୋସିଆଲ ମିଡିଆରେ ଟ୍ରେନର ଏମିତି ସ୍ଥିତି ବିଷୟରେ କହିଛନ୍ତି । ଟ୍ରେନରେ ବହୁତ ଅଧିକ ଭିଡ ଦେଖିବାକୁ ମିଳୁଛି ଏବଂ ବି ନା ଟିକେଟ ଯାତ୍ରୀ ସିଟରେ ବସିକି ଯାଉଛନ୍ତି । ଆଉ ଏତେ ଟଙ୍କା ଦେଇ ଟିକେଟ କରିଥିବା ଯାତ୍ରୀ ତଳେ କିମ୍ବା ଛିଡା ହୋଇ ଯାତ୍ରା କରୁଛନ୍ତି । ଏମିତି ହିଁ ଏକ ଘଟଣାରେ ଜଣେ ଟ୍ଵିଟର ୟୁଜର ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସର ସ୍ଲିପର କୋଚରେ ଯାତ୍ରା ସମୟରେ ବିନା ଟିକେଟ ଯାତ୍ରା କରୁଥିବର ଲୋକଙ୍କର ଭିଡକୁ ପୋଷ୍ଟ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆପଣ ବି ଦେଖନ୍ତୁ ୟାକୁ ଦେଖିଲେ ଆପଣ ବି ଧୋକା ଖାଇଯିବେ ଏଇଟା ସ୍ଲିପର ନା ଜେନେରାଲ । ବ୍ୟକ୍ତି ଜଣଙ୍କ ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି ଟ୍ରେନ୍‌ ଏବେ ଲକ୍ଷ୍ନ ପହଁଚିବାକୁ ଅଛି କିନ୍ତୁ ଏବେ ଯାଏ ଏହି ବଗିକୁ କେହି ବି ଟିଟିଇ ଆସିନାହାଁନ୍ତି । ଭିଡିଓରେ ଆପଣ ବି ଦେଖିପାରିବେ ଯେ ସ୍ଲିପର କୋଚରେ ଯାତ୍ରୀଙ୍କର ଏକଦମ୍‌ ଖଚାଖଚ୍‌ ଭିଡ ହୋଇଛି । ଲୋକମାନେ ତଳେ ବସିଛନ୍ତି । ଏମିତି ଭିଡ ହୋଇଛି ଯେ ଟ୍ରେନରେ ହଲିବାକୁ ବି ଯାଗା ନାହିଁ । ଅନେକ ଲୋକ ଇଣ୍ଟରନେଟରେ ଟ୍ରେନ ଭିତରର ଏହି ସ୍ଥିତିକୁ ନେଇ ନିଜ କ୍ରୋଧ ପ୍ରକାଶ କରିଛନ୍ତି । ଏବଂ ନିଜେ ଅଙ୍ଗେ ନିଭାଇଥିବା କଥାକୁ ବି ସେୟାର କରିଛନ୍ତି । ଜଣେ ୟୁଜର ତ ଲେଖିଛନ୍ତି ଭାରତରେ ଦୁର୍ଭାଗ୍ୟ ଏକ ସାଧାରଣ କଥା ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୂର୍ବରୁ ରାହୁଲ ଜୈନ ନାମକ ଜଣେ ଯାତ୍ରୀ ନିଜ ଭଉଣୀଙ୍କର ଏମିତି ସ୍ଥିତି ବିଷୟରେ ଅତି ବିରକ୍ତିଭାବ ଅନୁଭବ କରି ବଖାଣିଛନ୍ତି । ସେ କହିଛନ୍ତି ଯେ ଟ୍ରେନ ବଗିର ଡୋର୍‌ ପାଖରେ ଏତେ ଭିଡ ଥିଲା ଯେ ତାଙ୍କ ଭଉଣୀ ଟ୍ରେନ ଭିତରକୁ ଚଢ଼ି ହିଁ ପାରିଲେନି । ଆଉ ଏହି ସମୟରେ ତାଙ୍କ ପୁଅ ବି ତାଙ୍କ ହାତ ଛାଡି ପ୍ଲାଟଫର୍ମରେ ରହିଗଲେ । ଆଉ ପୁଅକୁ ଚଢ଼ାଇ ନପାରିବାକୁ ତାଙ୍କ ଭଉଣୀ ତଳକୁ ଡେଇଁ ପଡିଲେ ଯେଉଁଥିପାଇଁ ସେ ଆହତ ବି ହୋଇଛନ୍ତି ।

ବର୍ତ୍ତମାନ ଟ୍ରେନ ଭିତରର ଖଚାଖଚ୍‌ ଭିଡିଓ ସୋସିଆଲ ମିଡିଆରେ ଧୂମ୍‌ ଭାଇରାଲ ହେଉଛି । ଯାହାକୁ ଦେଖିବା ପରେ ରେଳ ସେବା ତାଙ୍କ ପୋଷ୍ଟରେ ପ୍ରତିକ୍ରୀୟା ଦେଇଛନ୍ତି ଏବଂ ତାଙ୍କୁ ସମସ୍ତ ସୂଚନା ଦେବାକୁ କହିଛନ୍ତି । ନିଜ ପିଏନଆର ନମ୍ବର କିମ୍ବା ୟୁଟିଏସ ନମ୍ବର ଏବଂ ମୋବାଇଲ ନମ୍ବର ତାଙ୍କ ସହିତ ସେୟାର କରି ଡାଇରେକ୍ଟ ନିଜ ସମସ୍ୟାକୁ ଜଣାଇବାକୁ କହିଛନ୍ତି । ଯାହାଦ୍ୱାରା ସେମାନେ ତୁରନ୍ତ ଏହାର ସମାଧାନ କରିପାରିବେ । ତେବେ ଆପଣ କୁହନ୍ତୁ ଏମିତି ସ୍ଥିତିକୁ ଦେଖିବା ପରେ ଆପଣଙ୍କର ମତ କଣ? ଆଉ କଣ ପଦକ୍ଷେପ ନେବା ଆବଶ୍ୟକ ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.