ବନ୍ଦେ ଭାରତ ପରେ ବୁଲେଟ ଟ୍ରେନ ପ୍ରସ୍ତୁତ କରିବ ଭାରତ, ଜାଣନ୍ତୁ କେଉଁ ରୁଟରେ ଚାଲିବ

ସ୍ୱଦେଶୀ ବୁଲେଟ ଟ୍ରେନ ପ୍ରସ୍ତୁତ କରିବ ଭାରତ । ଏହାକୁ ନେଇ ଡିଜାଇନ ପ୍ରସ୍ତୁତ କରାଯାଉଛି । ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରଲ କୋଚ ଫ୍ୟାକ୍ଟ୍ରିରେ ଏହାର ଡିଜାଇନ ଉପରେ କାମ କରାଯାଉଛି । ଏହାକୁ ବନ୍ଦେ ଭାରତ ପ୍ଲାଟଫର୍ମରେ ତିଆରି କରାଯାଉଛି ।

ବନ୍ଦେ ଭାରତ ଏକ୍ସପ୍ରେସ ପରେ ଏବେ ସ୍ୱଦେଶୀ ବୁଲେଟ ଟ୍ରେନ ପ୍ରସ୍ତୁତ କରିବ ଭାରତ । ଏହାକୁ ନେଇ ଡିଜାଇନ ପ୍ରସ୍ତୁତ କରାଯାଉଛି । ବିଶ୍ୱସ୍ତରରେ ୨୫୦ କିମି ପ୍ରତିଘଣ୍ଟା ସ୍ପିଡରେ ଯାଉଥିବା ଟ୍ରେନକୁ ହାଇସ୍ପିଡ ଟ୍ରେନ କୁହାଯାଉଛି ।

ଜଣେ ଅଧିକାରୀ କହିଛନ୍ତି, ଏହାକୁ ବନ୍ଦେ ଭାରତ ପ୍ଲାଟଫର୍ମରେ ତିଆରି କରାଯାଉଛି । ଯାହା ୨୨୦ କିମି ପ୍ରତିଘଣ୍ଟା ସ୍ପିଡରେ ଯାଇପାରିବ । ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରଲ କୋଚ ଫ୍ୟାକ୍ଟ୍ରିରେ ଏହାର ଡିଜାଇନ ଉପରେ କାମ କରାଯାଉଛି । ରିପୋର୍ଟ ଅନୁଯାୟୀ, ଭାରତରେ ଚାଲୁଥିବା ସମସ୍ତ ଟ୍ରେନ ଠାରୁ ଏହି ଟ୍ରେନର ସ୍ପିଡ ଅଧିକ ରହିବ ।

ଭାରତ ଏବେ ଜାପାନ ଜ୍ଞାନକୌଶଳରେ ବୁଳେଟ ଟ୍ରେନ ପ୍ରସ୍ତୁତ କରୁଛି । ଏହି ଟ୍ରେନ ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲିବ । ପ୍ରତିଘଣ୍ଟାକୁ ୩୨୦ କିମିରେ ଚାଲିବ ଟ୍ରେନ । ବନ୍ଦେ ଭାରତର ପ୍ରସ୍ତାବିତ ଭାରିଅଣ୍ଟରେ ୦ରୁ ୧୦୦ କିମି ପ୍ରତିଘଣ୍ଟା ସ୍ପିଡରେ ୫୨ ସେକେଣ୍ଡରେ ପହଞ୍ଚୁଛି । କିନ୍ତୁ ବର୍ତ୍ତମାନ ଚାଲୁଥିବା ବୁଲେଟ ଟ୍ରେନ ୫୪ ସେକେଣ୍ଡରେ ପହଞ୍ଚୁଛି ।

ରିପୋର୍ଟ ଅନୁସାରେ, ମେଡ ଇଡ଼୍‍ ଇଣ୍ଡିଆ ବୁଲେଟ ଟ୍ରେନ ଉତ୍ତର, ଦକ୍ଷିଣ ଏବଂ ପୂର୍ବ କରିଡରରେ ଚାଲିବ । ଏହାର ଘୋଷଣା କିଛି ସମୟ ପୂର୍ବରୁ ହୋଇଥିଲା । ଜଣେ ଅଧିକାରୀଙ୍କ କହିବା ମୁତାବକ, ନୂଆ କରିଡରରେ ଅଧିକ ଭାରତୀୟ ଜ୍ଞାନ କୌଶଳ ଏବଂ ଦେଶରେ ତିଆରି ହୋଇଥିବା ଜିନିଷର ବ୍ୟବହାର କରାଯାଇଛି ।

ବୁଲେଟ ଟ୍ରେନ ପରି ଯୋଜନାକୁ ନେଇ ଏବେ ଦିନରାତି କାମ ଚାଲିଛି । ଏହା ମଧ୍ୟରେ ୧ କିଲୋମିଟରର Continuos Viaduct ତିଆରି ହୋଇଛି ।  ମୁମ୍ବାଇ ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରୋଜେକ୍ଟ ୫୦୮.୧୬ କିଲୋମିଟରର ରହିଛି । ଏହି ପ୍ରୋଜେକ୍ଟର ଶିଳାନ୍ୟାସ ୧୪ ସେପ୍ଟେମ୍ବର ୨୦୧୭ ରେ ଦେଶର ପ୍ରଧାନମନ୍ତ୍ରୀ ମୋଦି ଓ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ କରିଥିଲେ ।

ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍‌ ରେଳ କୋରିଡର ରେ ବୁଲେଟ ଟ୍ରେନ ଘଣ୍ଟା ପ୍ରତି ଘଣ୍ଟା ବେଗ ୩୨୦ କିଲୋମିଟର ରୁ ୫୦୮ କିଲୋମିଟର ବେଗରେ ଚାଲିବ । ଏହା ମାତ୍ର ୧୨ ଟି ଷ୍ଟେସନରେ ରହିବ । ଏହା ପିକ୍‌ ଆଓ୍ଵାର୍ସରେ ୨୦ ମିନିଟ ଓ ନନ୍‌ ପିକ୍‌ ଆଓ୍ଵାର୍ସରେ ୩୦ ମିନିଟ ଫ୍ରିକ୍ୱେନ୍ସିରେ ପ୍ରତି ଦିନ ୩୫ ଟ୍ରେନ ଚାଲିବ । ଲିମିଟେଡ ଷ୍ଟପେଜ ସହ ଏହି ଟ୍ରେନ ସୁରତ ଓ ବଡଦୋରା ଦୂରତାକୁ ମାତ୍ର ୧ ଘଣ୍ଟା ୫୮ ମିନିଟରେ ପୂର୍ଣ୍ଣ କରିବ । ବାକି ସବୁ ଷ୍ଟପେଜ ସହ ୨ ଘଣ୍ଟା ୫୭ ମିନିଟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.