ରାଜକୋଟରେ କରୋନା ରୋଗୀଙ୍କ ସ୍ଥିତି ଗମ୍ଭୀର: କୋଭିଡ ହସ୍ପିଟାଲରେ ମିଳିଲାନି ବେଡ୍, ଘରୁ ବେଡ୍ ଧରିଆସିଲେ ରୋଗୀ

ଗୁଜୁରାଟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜ୍ୟରେ ଗତ ମଙ୍ଗଳବାର ରେକର୍ଡ ଭାଙ୍ଗିଛି କରୋନା। ଚାରିଆଡେ କରୋନାର ଦାରୁଣ ଦୃଶ୍ୟ। ହସ୍ପିଟାଲ ଗୁଡିକରେ ବେଡରେ ଅଭାବ । ଯାହା ଫଳରେ ରୋଗୀଙ୍କୁ ନିଜ ଘରୁ ସାଙ୍ଗରେ ବେଡ ଧରି ହସ୍ପିଟାଲ ଆସିବାକୁ ପଡୁଛି।
ସେପଟେ ରାଜକୋଟରେ ମଙ୍ଗଳବାର ସକାଳେ ସିବିଲ ନିକଟରେ ଚୌଧୁରୀ ଗ୍ରାଉଣ୍ଡରେ ୧୦୦ ରୁ ଅଧିକ ଆମ୍ବୁଲାନ୍ସ ଓ ଘରୋଇ ଗାଡିଙ୍କ ଲାଇନ୍ ଦେଖିବାକୁ ମିଳିଥିଲା। ରାଜକୋଟରେ କରୋନା ରୋଗୀଙ୍କ ସ୍ଥିତି ଗମ୍ଭୀର। ଗତକାଲି ରାତିରେ ରାଜକୋଟ କୋଭିଡ ହସ୍ପିଟାଲରେ ବେଡ୍ ନମିଳିବା କାରଣରୁ ଜଣେ ରୋଗୀଙ୍କ ପରିବାର ଲୋକ ଘରୁ ବେଡ୍ ଆଣି ତାଙ୍କୁ ଚିକିତ୍ସା କରାଇଥିଲେ।

ରାଜକୋଟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ହସ୍ପିଟାଲରେ ବେଡ ଅଭାବ ଦେଖାଦେଇଛି। ସିଭିଲ ହସ୍ପିଟାଲରେ ମଧ୍ୟ ଚିକିତ୍ସା ପାଇଁ ଲମ୍ବା ଲାଇନ୍ ଲାଗୁଛି। ଏପରିକି ରୋଗୀଙ୍କ ପରିବାର ଲୋକେ ରାତିରୁ ଆସି ଧାଡିରେ ଠିଆ ହେଉଛନ୍ତି।

କେବଳ ସେତିକି ନୁହେଁ ବହୁ ରୋଗୀ ନିଜ ସହ ରିକ୍ସାରେ ଅକ୍ସିଜେନ ସିଲିଣ୍ଡର ଧରି ଚିକିତ୍ସା ପାଇଁ ଆସୁଛନ୍ତି। ବହୁ ରୋଗୀଙ୍କୁ ଆମ୍ବୁଲାନ୍ସ ଭିତରେ ଚିକିତ୍ସା କରାଇବାକୁ ପଡୁଛି। ଘରୋଇ ହସ୍ପିଟାଲ ଗୁଡିକ ଫୁଲ୍ ହୋଇଗଲାଣି। ସେପଟେ ସାଧାରଣ ଲୋକଙ୍କୁ ଅକ୍ସିଜେନ ସିଲିଣ୍ଡର ମିଳିବା କଷ୍ଟକର ହୋଇଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.