ସାମାଜିକ ଦୂରତାର ଶିକ୍ଷା ଦେଉଛି ମୟୂର, ଯାହାକୁ ଦେଖି ମଣିଷ ମଧ୍ୟ ଶିଖିବା ଉଚିତ

କରୋନା ଭାଇରସ ସହ ଲଢ଼ିବା ପାଇଁ ଆମ ପାଖରେ ସାମାଜିକ ଦୂରତା ବ୍ୟତୀତ ଅନ୍ୟ କୋୖଣସି ବିକଳ୍ପ ନାହିଁ। ଯେପର୍ଯ୍ୟନ୍ତ ଏହି ଭାଇରସର କୌଣସି ଔଷଧ ମିଳିନାହିଁ ସେ ପର୍ଯ୍ୟନ୍ତ ଏହା ହେଉଛି ଆମର ଔଷଧ। ତଥାପି କିନ୍ତୁ ଲୋକମାନେ ସଚେତନ ନହୋଇ ଲକଡାଉନରେ ନିୟମ ଉଲ୍ଲଂଘନ କରି ନିଜ ସହ ଆଖପାଖରେ ଥିବା ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି।
ଏଭଳି ପରିସ୍ଥିତିରେ ଆମେ ମଣିଷମାନେ ସାମାଜିକ ଦୂରତା ପାଳନ କରୁ କିମ୍ବା ନକରୁ କିନ୍ତୁ କଥା କହିପାରୁନଥିବା ପକ୍ଷୀ ଏହାକୁ ଆପଣାଇଛନ୍ତି। ଭାରତୀୟ ବନ ସେବା (IFS)ର ଅଧିକାରୀ ପ୍ରବୀନ କାସୱାନ ମୟୂର ସମୂହର ଏକ ଅବିଶ୍ୱାସନୀୟ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି।
ଏହି ଦୃଶ୍ୟରେ ଆପଣମାନେ ଦେଖିପାରିବେ ଆମ ଜାତୀୟ ପକ୍ଷୀ କିପରି ସାମାଜିକ ଦୂରତା ପାଳନ କରୁଛନ୍ତି। ଏହି ଦୃଶ୍ୟ ରାଜସ୍ତାନର ଏକ ସରକାରୀ ବିଦ୍ୟାଳୟର, ଯେଉଁଠାରେ ମୟୂରମାନେ ସାମାଜିକ ଦୂରତା ପାଳନ ଉପରେ ପୁରା ଧ୍ୟାନ ରଖିଛନ୍ତି।
ପ୍ରବୀନ କାସୱାନ ଏହି ଫଟୋ ସେୟାର କରିବା ସହ ଲେଖିଛନ୍ତି, “ଲକଡାଉନରେ ଆମ ଜାତୀୟ ପକ୍ଷୀମାନଙ୍କ ପାଖରୁ ସାମାଜିକ ଦୂରତା ଶିଖନ୍ତୁ।” ଏହା ନାଗୌରର ସରକାରୀ ସ୍କୁଲର ଏକ ଦୃଶ୍ୟ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।