ଦିଲ୍ଲୀରେ ଅକ୍ସିଜେନ୍‌ ବାର୍‌ ଯାଇ ଲୋକେ ନେଉଛନ୍ତି ଶୁଦ୍ଧ ଅକ୍ସିଜେନ୍‌, ୧୫ ମିନିଟ୍‌କୁ ଦେବାକୁ ପଡ଼ୁଛି ଏତେ ଟଙ୍କା

ଏକ ମାସରୁ ଊର୍ଦ୍ଧ୍ୱ ହେବ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ରୂପ ନେଇଛି। ପରିସ୍ଥିତି ଏଭଳି ହୋଇଛି ଯେ ଦିଲ୍ଲୀ ପୂରାପୂରି ଗ୍ୟାସ୍‌ ଚାମ୍ବରରେ ବଦଳିଯାଇଛି। ଲୋକେ ନିଜ ନିଜ ତରିକାରେ ଏହି ଜୀବନନାଶକାରୀ ପ୍ରଦୂଷଣରୁ ମୁକ୍ତି ପାଇବାର ଉପାୟ ଖୋଜୁଛନ୍ତି। ସରକାର ପ୍ରଦୂଷଣର ଗମ୍ଭୀର ସମସ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ପୁଣିଥରେ ରାଜଧାନୀରେ ଅଡ୍‌-ଇଭନ୍‌କୁ ଆରମ୍ଭ କରାଯାଇଛି। ପ୍ରକୃତ କଥା ହେଉଛି, ଏଠାରେ ଲୋକଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି। ଏ ପଯ୍ୟର୍ନ୍ତ ଦିଲ୍ଲୀବାସୀ ଶୁଦ୍ଧ ପାଣି କିଣୁଛନ୍ତି। ଏହାସହ ନିଜ ସ୍ୱାସ୍ଥ୍ୟ ପାଇଁ ଆକ୍ସିଜେନ୍‌ ମଧ୍ୟ କିଣିବା ପାଇଁ ବାଧ୍ୟ ହେଉଛନ୍ତି।

ଏହାସହ ପଢ଼ନ୍ତୁ: ଉନ୍ମୋଚନ ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ଜେଏନୟୁର କିଛି ଛାତ୍ର

oxy2

ଦିଲ୍ଲୀରେ ଶୁଦ୍ଧ ଅକ୍ସିଜେନ୍‌ ଦେବା ପାଇଁ ଅନେକ ସ୍ଥାନରେ ଅକ୍ସିଜେନ୍‌ ବାର୍‌ ଖୋଲିବାରେ ଲାଗିଛି। ଏମିତି ଏକ ବାର୍‌ ସାକେତ୍‌ଠାରେ ରହିଛି, ଯେଉଁଠି ୧୫ ମିନିଟ୍‌ର ଅକ୍ସିଜେନ୍‌ର ଦାମ୍‌ ୩୦୦ ଟଙ୍କା। ଏହା ଜାଣି ଆପଣ ଆଶ୍ଚଯ୍ୟର୍ ହୋଇପାରନ୍ତି, କିନ୍ତୁ କଥାଟି ସତ। ବାର୍‌ ମ୍ୟାନେଜର ବୋନି ଇରମିଙ୍ଗଙ୍କ କହିବା ହେଲା, ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ, କେଉଁଠି ଶୁଦ୍ଧ ପବନ ନାହିଁ। ଏହାକୁ ନଜରରେ ରଖି ଆମେ ଲୋକଙ୍କୁ ଅକ୍ସିଜେନ୍‌ ଦେବା ପାଇଁ ବାର୍‌ ଖୋଲିଛୁ।

ଏହାସହ ପଢ଼ନ୍ତୁ: ଅଫିସ୍‌ରେ ଶାରୀରିକ ସମ୍ପର୍କ ରଖିବାରେ ଏହି ସହର ରହିଛି ସବୁଠାରୁ ଆଗରେ, ସର୍ଭେରେ ହେଲା ଖୁଲାସା 

ଏହାର ଫାଇଦା ବିଷୟରେ ସେ କହିଥିଲେ, ଏହା ଆପଣଙ୍କୁ ଆକ୍ଟିଭ ରଖିଥାଏ। ଏହାଦ୍ୱାରା ଚିଡ଼ିଚିଡ଼ାପଣ ଦୂର ହୋଇଥାଏ। ଅକ୍ସି ପିଓର୍‌ ନାମକ ଏହି ବାର୍‌ରେ ମୋଟ ୭ଟି ଫ୍ଲେଭରରେ ଅକ୍ସିଜେନ୍‌ ଦିଆଯାଇଥାଏ। ଏଥିରେ ଲେମନ୍‌ଗ୍ରାସ୍‌, ଅରେଞ୍ଜ, ଡାଲଚିନି, ସ୍ପୀୟରମିଣ୍ଟ, ପୋଦିନା, ନୀଳଗିରି ଏବଂ ଲାଭେଣ୍ଡର ଫ୍ଲେଭର ଉପଲବ୍ଧ ଅଛି। ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ଅରୋମା ବାଲା ଅକ୍ସିଜେନ୍‌ ଟ୍ୟୁବ୍‌ ଦିଆଯାଇଥାଏ।

Leave A Reply

Your email address will not be published.