ମୋବାଇଲ୍‌ ଛାଡ଼ି ବହି ପଢ଼ିବାକୁ ପ୍ରତିଷ୍ଠା ହେଲା ୮୧ଟି ଲାଇବ୍ରେରୀ, ୨୪ ଘଣ୍ଟା ରହିବ ଖୋଲା

ବର୍ତ୍ତମାନ ପିଲାମାନେ ବହିଖାତା ଛାଡ଼ି ଅଧିକାଂଶ ସମୟ ମୋବାଇଲରେ ବିତାଉଥିବା ଦେଖିବାକୁ ମିଳୁଛି। ପିଲାଙ୍କର ଏହି ବଦଭ୍ୟାସକୁ ଛଡ଼ାଇବା ପାଇଁ ଚୀନ୍‌ଠାରେ ପ୍ରତିଷ୍ଠା ହୋଇଛି ୮୧ଟି ଲାଇବ୍ରେରୀ। ଏହି ଲାଇବ୍ରେରୀ ୨୪ ଘଣ୍ଟା ଧରି ଖୋଲା ରହିବ ବୋଲି ଜଣାଯାଇଛି।

ଏହାସହ ପଢ଼ନ୍ତୁ: ଝିଅଙ୍କୁ ପଢ଼ାଇବା ପାଇଁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରିଥାନ୍ତି ଏହି ପିତା, ସାଲ୍ୟୁଟ୍‌ କଲେ ୟୁଜର୍ସ

ଚୀନର ଜୋଝିୟାଙ୍ଗ୍‌ ପ୍ରାନ୍ତର ବ୍ୟାଙ୍ଗ୍‌ଝୋଉ ସହର ପ୍ରଶାସନ ଏଭଳି ଅଭିନବ ଉପାୟ ଆପଣାଇଛି। ୨୪ ଘଣ୍ଟା ଧରି ଖୋଲାରହୁଥିବା ଏହି ଲାଇବ୍ରେରୀରେ ୪ରୁ ୫ହଜାର ଖଣ୍ଡ ବହି ରହିଛି। ସହରର ସମସ୍ତ ଲୋକ ଦିନସାରା କାମରେ ବ୍ୟସ୍ତ ରହିଥାନ୍ତି ଓ ରାତିରେ ଘରେ ମୋବାଇଲ୍‌ ଚିପିଥାନ୍ତି। ଏହା ଦ୍ୱାରା ରୋଗ ବଢ଼ିବା ସହ ମାନସିକ ଚାପ ମଧ୍ୟ ବୃଦ୍ଧିପାଏ। ଲୋକଙ୍କ ଏହି ବଦଭ୍ୟାସକୁ ଦୂରେଇବା ପାଇଁ ପ୍ରଶାସନ ତରଫରୁ ଲାଇବ୍ରେରୀ ଖୋଲା ଯାଇଥିବା ସହରର ମେୟର କହିଛନ୍ତି।

ଏହି ଲାଇବ୍ରେରୀରେ ବହି ପଢ଼ିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବନାହିଁ। ଗତ ମାସ ସରକାରଙ୍କ ତରଫରୁ ଅନ୍‌ଲାଇନ୍‌ ଗେମ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ନିୟମାନୁସାରେ ୧୮ ବର୍ଷରୁ କମ୍‌ ବୟସ୍କ ପିଲା ଦିନକୁ ମାତ୍ର ୯୦ ମିନିଟ୍‌ ଗେମ୍‌ ଖେଳିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.