ଖାଲି କ୍ଷୀର ପ୍ୟାକେଟ ଏବଂ ପ୍ଲାଷ୍ଟିକ ବୋତଲ ଦେଲେ ପେଟ୍ରୋଲ ଓ ଡିଜେଲରେ ମିଳିବ ଡିସକାଉଣ୍ଟ, ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା

ଲୋକଙ୍କୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ସଚେତନତା କରିବା ପାଇଁ ରାଜସ୍ଥାନର ଏକ ପେଟ୍ରୋଲ ପମ୍ପ ମାଲିକ ଏକ ନିଆରା ଉପାୟ ଆପଣାଇଛନ୍ତି। ସାରା ଦେଶରେ ପେଟ୍ରୋଲ-ଡିଜେଲ ଦର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କ ଏହି ପ୍ରୟାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚିତ୍ତୋଡଗଡ ରୋଡ ସ୍ଥିତ ଛଗନଲାଲ ବାଗତାବରମଲ ପେଟ୍ରୋଲ ପମ୍ପର ମାଲିକ ଅଶୋକ କୁମାର ମୁନ୍ଦ୍ରା କହିଛନ୍ତି, ପେଟ୍ରୋଲ ପମ୍ପକୁ ଖାଲି କ୍ଷୀର ପ୍ୟାକେଟ କିମ୍ବା ଖାଲି ପ୍ଲାଷ୍ଟିକ ପାଣି ବୋତଲ ନେଇ ଆସିଲେ ପେଟ୍ରୋଲରେ ୧ ଟଙ୍କା ଏବଂ ଡିଜେଲରେ ୫୦ ପଇସା ରିହାତି ମିଳିବ।

ଅଶୋକ ତିନି ମାସ ପୂର୍ବରୁ ଏକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ୧୫ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସରସ ଡାଏରୀ ସହଭାଗିତାରେ ଆରମ୍ଭ ହୋଇଥିଲା। ଏହାଛଡା ଭିଲବାଡା ଜିଲ୍ଲାର ଆଡମିନିଷ୍ଟ୍ରେସନ ଏବଂ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଏହି ପଦକ୍ଷେପକୁ ସମର୍ଥନ କରିଛି।


ଖାଲି କ୍ଷୀର ପ୍ୟାକେଟ ଏବଂ ବୋତଲ ବଦଳରେ ଗ୍ରାହକମାନେ ପେଟ୍ରୋଲ-ଡିଜେଲରେ ରିହାତି ପାଇପାରିବେ । ତେବେ ଏକ ଲିଟର ପେଟ୍ରୋଲରେ ୧ ଟଙ୍କା ରିହାତି ମିଳୁଥିବା ବେଳେ ଡିଜେଲ ଲିଟରରେ ୫୦ ପଇସା ରିହାତି ଦିଆଯିବ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ସଚେତନ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ପେଟ୍ରୋଲ ପମ୍ପ ମାଲିକ ଅଶୋକ କୁମାର ।

ତେବେ ଏହାକୁ ନେଇ ଅଶୋକ କହିଛନ୍ତି, ପେଟ୍ରୋଲରେ ୧ ଟଙ୍କା ଏବଂ ଡିଜେଲରେ ୫୦ ପଇସା ରିହାତି ମିଳୁଛି। ସରସ ଡାଏରୀ ସହିତ ସହଭାଗିତାରେ ଏହି କାର୍ଯ୍ୟ ହେଉଛି। ଏକାଠି କରାଯାଉଥିବା କ୍ଷୀର ଖାଲି ପ୍ୟାକେଟକୁ ସରସ ଡାଏରୀକୁ ପଠାଯାଉଛି। ଯେଉଁଠି ଏହି ପ୍ଲାଷ୍ଟିକ ପ୍ୟାକେଟକୁ ଡିସପୋଜ୍‌ କରାଯାଉଛି। ଏପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ମାଲିକ ୭୦୦ରୁ ଅଧିକ ପ୍ୟାକେଟ୍‌ ଏକାଠି କରିସାରିଛନ୍ତି।

ଏହି ଅଭିଯାନକୁ ୬ ମାସ ପର୍ଯ୍ୟନ୍ତ ଚାଲୁ ରଖିବାକୁ ହେବ। ମାସକ ମଧ୍ୟରେ ୧୦ ହଜାର ପ୍ୟାକେଟ ଏକାଠି କରିବାର ଲକ୍ଷ୍ୟ ରଖିଥିଲେ ଅଶୋକ। କିନ୍ତୁ ଖରାପ ପାଣିପାଗ ଯୋଗୁଁ ପେଟ୍ରୋଲ ପମ୍ପକୁ ଅଳ୍ପ ସଂଖ୍ୟକ ଗ୍ରାହକ ଆସୁଥିବାରୁ ଏହି ସଂଖ୍ୟା କମିଯାଇଛି।

 

You might also like