ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନର ଫେଜ୍‌-୨ ଟ୍ରାଏଲକୁ ମିଳିଲା ମଞ୍ଜୁରୀ, ବିକଶିତ କରୁଛି ଭାରତ ବାୟୋଟେକ

କରୋନା ମହାମାରୀ ସହ ଲଢ଼ିବା ପାଇଁ ବିଶ୍ୱର ପ୍ରାୟ ସମସ୍ତ ବୈଜ୍ଞାନିକ ଯେଉଁ ରେକର୍ଡ ସମୟରେ ଭ୍ୟାକ୍ସିନ ନିର୍ମାଣ କରିଛନ୍ତି, ତାହା ଐତିହାସିକ। ଭ୍ୟାକ୍ସିନ ନିର୍ମାଣ ପ୍ରକ୍ରିୟାରେ ଅନେକ ସମୟ ଲାଗିଥାଏ, କିନ୍ତୁ ବୈଜ୍ଞାନିକମାନେ ବହୁତ କମ୍‌ ସମୟ ଭିତରେ ହିଁ କୋଭିଡ୍‌-୧୯ ଭ୍ୟାକ୍ସିନକୁ ବିକଶିତ କରି ଦେଖାଇଛନ୍ତି। ଏହି ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

ଭାରତର ପ୍ରଥମ ଇଣ୍ଟ୍ରାନାଜାଲ ଅର୍ଥାତ୍‌ ନାକ ଜରିଆରେ ଦିଆଯିବାକୁ ଥିବା କୋଭିଡ୍‌-୧୯ ଭ୍ୟାକ୍ସିନକୁ ଔଷଧ ନିୟାମକ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଲାଗି ଅନୁମତି ପ୍ରଦାନ କରିଛି। ଏହି କୋଭିଡ୍‌ ଭ୍ୟାକ୍ସିନ ‘BBV154’କୁ ଭାରତ ବାୟୋଟେକ, ସେଣ୍ଟ୍‌ ଲୁଇସ୍‌ର ଓ୍ଵାଶିଙ୍ଗ୍‌ଟନ ୟୁନିଭର୍ସିଟି ସହ ମିଶି ବିକଶିତ କରୁଛି।

କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦ୍ଦ୍ୟୋଗିକୀ ମନ୍ତ୍ରାଳୟର କହିବା ଅନୁସାରେ, ଇଣ୍ଟ୍ରାନାଜାଲ ରେପ୍ଲିକେସନ-ଡେଫିସିଏଣ୍ଟ୍‌ ଚିମ୍ପାଞ୍ଜି ଏଡିନୋଭାଇରସ୍‌ SARS-CoV2 ଭେକ୍ଟର ଭ୍ୟାକ୍ସିନ ଭାରତରେ ନିୟାମକ ଅନୁମୋଦନ ହାସଲ କରିବାରେ ପ୍ରଥମ ଭ୍ୟାକ୍ସିନ ହୋଇପାରିଛି। ଏଥି ସହିତ ଏହା ନିଜସ୍ୱ ଉପାୟରେ ମାନବ ପରୀକ୍ଷଣ ଦେଇ ଗତି କରିବାରେ ଭାରତର ପ୍ରଥମ ଭ୍ୟାକ୍ସିନ ପାଲଟିଛି।

You might also like