ଆମେରିକା ଡାକ୍ତରଙ୍କ କମାଲ, ମଣିଷ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କଲେ ଘୁଷୁରୀ କିଡନୀ

ଆମେରିକାର ଡାକ୍ତରମାନେ ଏହି ଟ୍ରାନ୍ସପ୍ଲାଣ୍ଟ କରିବା ପୂର୍ବରୁ ଦୀର୍ଘ ଦିନ ଧରି ଅନୁସନ୍ଧାନ କରିଥିଲେ। ଏହା ପରେ ଡାକ୍ତରମାନେ ଟ୍ରାନ୍ସପ୍ଲାଣ୍ଟ କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ଆମେରିକୀୟ ଡାକ୍ତରମାନେ କହିଛନ୍ତି ଏହା ହେଉଛି ବିଶ୍ୱର ପ୍ରଥମ ଜେନେଟିକ୍ ଭାବେ ଇଞ୍ଜିନିୟରିଂ କରାଯାଇଥିବା ଘୁଷୁରୀ କିଡନୀ ।

ଆମେରିକାର ଡାକ୍ତରମାନେ ପୃଥିବୀରେ ପ୍ରଥମ ଥର ପାଇଁ ଏକ ଘୁଷୁରୀର କିଡନୀକୁ ମଣିଷ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରିବା ଭଳି ଆଶ୍ଚର୍ଯ୍ୟଜନକ କାମ କରିଛନ୍ତି । ଏହି କିଡନୀ ଟ୍ରାନ୍ସପ୍ଳାଣ୍ଟ କରିବା ପୂର୍ବରୁ ଆମେରିକୀୟ ସର୍ଜନମାନେ ମଧ୍ୟ ଜେନେଟିକ୍ ଏଡିଟ୍ କରିଛନ୍ତି । ଏହା ପରେ ୬୨ ବର୍ଷ ବୟସ୍କା ରୋଗୀକୁ ଘୁଷୁରୀ କିଡନୀ ସଫଳତାର ସହିତ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଆମେରିକାରର ବୋଷ୍ଟନ୍‌ରେ ଥିବା ଏକ ବଡ଼ ସର୍ଜନ ଟିମ୍‌ ଏହି କିଡନୀ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି । ଚିକିତ୍ସା ଜଗତରେ ଏହା ଏକ ବଡ ସଫଳତା ଭାବରେ ଦେଖାଯାଉଛି ।

ଆମେରିକାର ଡାକ୍ତରମାନେ ଏହି ଟ୍ରାନ୍ସପ୍ଲାଣ୍ଟ କରିବା ପୂର୍ବରୁ ଦୀର୍ଘ ଦିନ ଧରି ଅନୁସନ୍ଧାନ କରିଥିଲେ। ଏହା ପରେ ଡାକ୍ତରମାନେ ଟ୍ରାନ୍ସପ୍ଲାଣ୍ଟ କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ଆମେରିକୀୟ ଡାକ୍ତରମାନେ କହିଛନ୍ତି ଏହା ହେଉଛି ବିଶ୍ୱର ପ୍ରଥମ ଜେନେଟିକ୍ ଭାବେ ଇଞ୍ଜିନିୟରିଂ କରାଯାଇଥିବା ଘୁଷୁରୀ କିଡନୀ । ରିପୋର୍ଟ ଅନୁଯାୟୀ ବୋଷ୍ଟନ୍ ଡାକ୍ତରମାନେ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲରେ ଶେଷ ପର୍ଯ୍ୟାୟରେ ଥିବା କିଡନୀ ରୋଗୀର ଅପରେସନ୍ କରିଥିଲେ। ପ୍ରାୟ ଚାରି ଘଣ୍ଟା ସର୍ଜରୀ ପରେ ଡାକ୍ତରମାନେ ଏହି ସଫଳ ଟ୍ରାନ୍ସପ୍ଲାଣ୍ଟ କରିଥିଲେ। ପୂର୍ବରୁ ଘୁଷୁରୀ କିଡନୀ ଅସ୍ଥାୟୀ ଭାବରେ ଲୋକଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।

ଘୁଷୁରୀ ମାନଙ୍କଠାରୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେବାର କିଛି ମାସ ମଧ୍ୟରେ ଦୁଇ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଡାକ୍ତରମାନେ ଏଭଳି ସର୍ଜରୀ କରୁନଥିଲେ। କିନ୍ତୁ ବର୍ତ୍ତମାନ ଆମେରିକୀୟ ଡାକ୍ତରଙ୍କ ଟିମ୍‌ ଏହି ନୂଆ ଚମତ୍କାର କରିଛନ୍ତି । ବର୍ତ୍ତମାନ ଡାକ୍ତରମାନେ ଏହି ରୋଗୀଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ନଜରରେ ରଖିବେ। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଏହା ଲକ୍ଷ ଲକ୍ଷ କିଡନୀ ରୋଗୀଙ୍କ ପାଇଁ ଲାଭଦାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.