ଘରୁ ମଗାଇଲେ ଔଷଧ ଓ କମ୍ବଳ, ED ଲକ୍‌ଅପ୍‌ରେ ଏମିତି କଟିଲା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ରାତି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ପାଖାପାଖି ଦୁଇ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ପାଖାପାଖି ଦୁଇ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗତକାଲି କେଜ୍ରିୱାଲଙ୍କୁ ଇଡି ଲକ୍‌ଅପ୍‌ରେ ହିଁ ରାତି କଟାଇବାକୁ ପଡ଼ିଥିଲା ।

ରିପୋର୍ଟ ଅନୁଯାୟୀ, କେଜ୍ରିୱାଲ ରାତିରେ ଠିକ୍‌ ଭାବେ ଶୋଇପାରି ନ ଥିଲେ । ରାତିରେ ତାଙ୍କୁ ଘରୁ କମ୍ବଳ ଏବଂ ଔଷଧ ଆଣି ଦିଆଯାଇଥିଲା । ଏହି ମାମଲାରେ ଆଜି କେଜ୍ରିୱାଲଙ୍କୁ PMLA କୋର୍ଟରେ ହାଜର କରାଯିବ । ଏହା ସହିତ ତାଙ୍କ ଗିରଫଦାରୀ ବିରୋଧରେ ଦାଖଲ ପିଟିସନ ଉପରେ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ହୋଇପାରେ ।

ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ, ଯାହାଙ୍କୁ ପଦରେ ଥିବା ସମୟରେ ହିଁ ଗିରଫ କରାଯାଇଛି । ତାଙ୍କ ପୂର୍ବରୁ ଏହି ବର୍ଷ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଗିରଫ କରାଯାଇଥିଲା, ହେଲେ ସେ ଗିରଫଦାରୀ ପୂର୍ବରୁ ଇସ୍ତଫା ଦେଇଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ହୋଇଥିବା ଦୁର୍ନୀତିରେ ଟଙ୍କା ହେରଫେର ମାମଲାର ତଦନ୍ତ କରୁଛି ଇଡି । ଏଜେନ୍ସି ଏ ପର୍ଯ୍ୟନ୍ତ ୯ଟି ସମନ କେଜ୍ରିୱାଲଙ୍କୁ ଜାରି କରିଛି । ଗୁରୁବାର ଇଡି ଟିମ୍‌ ୧୦ମ ସମନ ନେଇ ତାଙ୍କ ଘରେ ପହଞ୍ଚିଥିଲା ।

ଏତେ ସଂଖ୍ୟକ ସମନ ଜାରି ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହୋଇ ନ ଥିଲେ । ଏହାରି ଭିତରେ କେଜ୍ରିୱାଲ ଗିରଫଦାରୀରୁ ସୁରକ୍ଷା ପାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ଏହି ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.