ଜଣାପଡ଼ିଲା କରାଚି ବିମାନ ଦୁର୍ଘଟଣାର କାରଣ , ଜାଣନ୍ତୁ କ’ଣ ପାଇଁ ହୋଇଥିଲା ଦୁର୍ଘଟଣା

କରାଚି : କିଛି ଦିନ ତଳେ କରାଚିରେ ହୋଇଥିବା ବିମାନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ତେବେ ଏହି ଦୁର୍ଘଟଣା ହେବାର କାରଣ ଏବେ ଜଣାପଡ଼ିଛି । ଦୁର୍ଘଟଣା ପାଇଁ ବିମାନର ପାଇଲଟ୍‌ଙ୍କ ଉପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

crash-1

ଯାଞ୍ଚ ରିପୋର୍ଟ ଅନୁଯାୟୀ ବିମାନ ଅବତରଣ ବେଳେ ପାଇଲଟ୍‌ କେଷ୍ଟିନ୍‌ ସଜ୍ଜାଦ ଗୁଲ୍‌ଙ୍କୁ ବିମାନର ଗତି ଓ ଉଚ୍ଚତା ନେଇ ୩ ଥର ସତର୍କ କରାଯାଇଥିଲା । ବିମାନ ଯାତ୍ରା ଦିନ ଏ-୩୨୦ ଏୟାରବସ୍‌ ୧୫ ନାଟିକାଲ ମାଇଲ୍‌ ଦୂରରେ ୭୦୦୦ ଫୁଟ୍‌ ଉଚ୍ଚତା ପରିବର୍ତ୍ତେ ୧୦ ୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା ।

ପାଇଲଟ୍‌ଙ୍କୁ ବିମାନକୁ ୭୦୦୦ ଫୁଟ୍‌ ଉଚ୍ଚତାକୁ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାକୁ ସେ ମାନି ନଥିଲେ । ବିମାନ ଯେତେବେଳେ ୧୦ ନାଟିକାଲ୍‌ ମାଇଲ୍‌ ଦୂରରେ ଥିଲା ସେତେବେଳେ ବିମାନ ୩୦୦୦ ହଜାର ଉଚ୍ଚତା ପରିବର୍ତ୍ତେ ୭୦୦୦ ଫୁଟ୍‌ ଉଚ୍ଚତାରେ ଥିଲା ।

Plane crash in residential area of Karachi

ପାଇଲଟ୍‌ଙ୍କୁ ପୁଣି ଥରେ ବିମାନର ଉଚ୍ଚତା ଓ ଗତି କମାଇବାକୁ କୁହାଯାଇଥିଲା । ହେଲେ ଏଥର ମଧ୍ୟ ପାଇଲଟ୍‌ ବିମାନ ଯାତାୟତ ନିୟନ୍ତ୍ରଣ ବିଭାଗର କଥା ମାନି ନଥିଲେ । ହେଲେ ପାଇଲଟ୍‌ ଏହାକୁ ମାନି ନଥିଲେ । ଜବରଦସ୍ତ ବିମାନକୁ ଅବତରଣ କରିଥିଲେ ।

ଯାହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ପାଇଁ ପାଇଲଟ୍‌ଙ୍କୁ ଦାୟୀ କରାଯାଇ ଥିବାବେଳେ ପାଇଲଟ୍‌ କୈାଣସି ଚାପରେ ଥିବା ଆଶଙ୍କା କରାଯାଉଛି । ପାଇଲଟ୍‌ ଯେପରି କାହା ନିର୍ଦ୍ଦେଶରେ କାମ କରୁଥିଲେ ବୋଲି ସନ୍ଦେହ କରାଯାଇଛି । ତେଣୁ ଏବେ ଏହା ଉପରେ ଅଧିକ ଯାଞ୍ଚ ଜାରି ରହିଛି ।

Leave A Reply

Your email address will not be published.