ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ହେଲେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ପ୍ରମୋଦ କୁମାର ମିଶ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ହେଲେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ପ୍ରମୋଦ କୁମାର ମିଶ୍ର । ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପି.କେ. ମିଶ୍ର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପିଏମ୍‌ଓର ଅତିରିକ୍ତ ପ୍ରମୁଖ ସଚିବ ଦାୟିତ୍ୱରେ ଥିଲେ । ୧୯୭୨ ବ୍ୟାଚ୍‌ ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍‌ ଅଫିସର ପି. କେ. ମିଶ୍ର । ଚାକିରି କାଳରେ ଉଭୟ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ମିଳିଥିଲା ପିଓଏମ୍‌ଓର ଅତିରିକ୍ତ ପ୍ରମୁଖ ସଚିବ ଦାୟିତ୍ୱ। ମୋଦି ସରକାରରେ ସବୁଠୁ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ ଭାବରେ ବେଶ ଜଣାଶୁଣା ଥିଲେ ପ୍ରମୋଦ ମିଶ୍ର। ଅବସର ପରେ ଗତ ଜୁନ୍‌ ୧୧ ତାରିଖରେ ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବରେ ନିଯୁକ୍ତି ମିଳିଥିଲା।