ତପସ୍ୟା ହେଲା ଶେଷ, ୧୭ ଘଣ୍ଟାର ଧ୍ୟାନ ପରେ ଗୁମ୍ଫାରୁ ବାହାରିଲେ ପ୍ରଧାନମନ୍ତ୍ରୀ

୧୭ ଘଣ୍ଟାର ଧ୍ୟାନ ପରେ ଗୁମ୍ଫାରୁ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ଉଠିବା ପରେ କେଦାରନାଥରେ ପୂଜାର୍ଚ୍ଚନା କରିଥିଲେ । ପୂଜା କରିବା ପରେ ସେ ଗୁମ୍ଫାରୁ ବାହାରକୁ ଆସିଥିଲେ । ଗୁମ୍ଫାରୁ ଚାଲି ଚାଲି ଆସିଥିଲେ ମୋଦି । ଏହା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇଥିଲେ । ମନ୍ଦିର ବାହାରେ ଥିବା ତୀର୍ଥଯାତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ମୋଦି ଆଜି ବଦ୍ରିନାଥ ଯିବେ । ଏଠାରେ ବାବା ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବେ । ଗତକାଲି ପ୍ରଧାନମନ୍ତ୍ରୀ କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ପରେ ଗୁମ୍ଫା ଭିତରେ ଧ୍ୟାନରେ ବସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.