Below header

ମାଲକାନଗିରି : ନୂଆ ଭ୍ୟାନ ପୂଜା ବେଳେ ଲେମ୍ବୁ ବଦଳରେ ଚାପି ହୋଇଗଲେ ପୂଜକ

ମାଲକାନଗିରି(କେନ୍ୟୁଜ୍) : ଅଭାବନୀୟ ଘଟଣା। ପିକ୍ଅପ୍ ଭ୍ୟାନ ତଳେ ଚାପି ହୋଇ ଲେମ୍ବୁ ବଦଳରେ ବଳି ଚଢ଼ିଲେ ପୂଜକ। ମାଥିଲି ବ୍ଳକ ଅନ୍ତର୍ଗତ କୁଟୁଣୀପାଲି ପଞ୍ଚାୟତ ଅଧିନ ଡୁର୍କାଯୋଡି ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ନୂଆ ପିକଅପ୍ ଭ୍ୟାନକୁ ପୂଜା କରୁଥିବା ସମୟରେ ଲେମ୍ବୁ ବଦଳରେ ପୂଜକ ଚାପି ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୂଜକଙ୍କର ମୃତ୍ୟୁ ଘଟିଥିଲା। ମୃତକ ବ୍ୟକ୍ତି ଜଣଙ୍କ ନେତାଲଗନ୍ଧି ଗ୍ରାମର ଜର୍ତୁଭୁଜ ମହାନ୍ତି ବୋଲି ଜଣାପଡିଛି।

ଘଟଣା ଅନୁଯାୟୀ, ଦୁଇ ଦିନ ପୂର୍ବେ ଗ୍ରାମର ତ୍ରିନାଥ ପୂଜାର ଏକ ନୂଆ ପିକଅପ୍ ଭ୍ୟାନ କିଣିଥିଲେ। ଏହି ସମୟରେ ଏହାକୁ ପୂଜା କରିବା ପାଇଁ ପୂଜକ ପହଞ୍ଚିଥିବା ବେଳେ ଗାଡିର ଚାରିଟି ଚକାତଳେ ଲେମ୍ବୁ ରଖିଥିଲେ। ଏବଂ ଗାଡି ଚାଳକଙ୍କୁ ଲେମ୍ବୁ ଉପରେ ଗାଡି ଚଢ଼ାଇବାକୁ କହିଥିଲେ। କିନ୍ତୁ ପୂଜାରୀଙ୍କ କପାଳରେ ଆଉ କିଛି ଲେଖାଥିଲା। ଗାଡିଟି ଲେମ୍ବୁ ବଦଳରେ ପୂଜାରୀଙ୍କ ଉପରେ ଚଢ଼ିଯାଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.