Below header

ଚାନ୍ଦବାଲି : ହଜିବାକୁ ବସିଲାଣି ଚନ୍ଦନ ଯାତ୍ରାର ମହକ

ଭଦ୍ରକ ଜିଲ୍ଲା ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଠାରେ ଚନ୍ଦନ ଯାତ୍ରା ବେଶ୍ ଯାକଯମକରେ ପାଳନ କରାଯାଏ । ପୂର୍ବରୁ ଏହି ପର୍ବକୁ ଉପଭୋଗ କରିବାକୁ ଭକ୍ତଙ୍କ ଭିଡ଼ ଲାଗୁଥିଲା । ହେଲେ ଏବେ ଚନ୍ଦନ ଯାତ୍ରା ତାର ଆକର୍ଷଣ ହରାଇଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତମାନେ । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ଵୟ ଅଭାବରୁ ଏଭଳି ହେଉଥିବା କହିଛନ୍ତି ସେବାୟତ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ବ୍ୟାପୀ ଏହି ପର୍ବ ପାଳନ କରାଯାଏ । ପ୍ରତି ସନ୍ଧ୍ୟାରେ ବାବାଙ୍କ ଚଳନ୍ତି ପ୍ରତିମାକୁ ଚନ୍ଦନ ମଣ୍ଡପକୁ ଆଣିଥାନ୍ତି । ପରେ ଏକ ସୁସଜ୍ଜିତ ନାବରେ ନାବ କେଳି କରିଥାନ୍ତି ଚଳନ୍ତି ପ୍ରତିମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.