ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ: ପରାକ୍ରମ ଦିବସ ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ କୋଲକାତାରେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରୁଛି ଦେଶ । ନେତାଜୀଙ୍କ ଜୟନ୍ତୀ ଅବସରରେ କୋଲକାତାର ନେତାଜୀ ଭବନକୁ ବିଶେଷ ରୂପ ଦିଆଯାଇଛି । କୋଲକାତାରେ ନେତାଜୀ ଜୟନ୍ତୀ ଉତ୍ସବ ପାଳିବେ ପ୍ରଧାନମନ୍ତ୍ରୀ । ଭିକ୍ଟୋରିଆ ମେମୋରିଆଲ ହଲ୍‌ରେ ପରାକ୍ରମ ଦିବସ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ।

ସେଠାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି ଅବସରରେ ନେତାଜୀଙ୍କ ସ୍ମୃତିରେ ପୋଷ୍ଟାଲ ଷ୍ଟାମ୍ପ ଓ ଗୋଟିଏ ମୁଦ୍ରା ଉଦଘାଟନ କରିବେ ମୋଦି । ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ଆୟୋଜନ ହୋଇଛି । ଜାତୀୟ ଗ୍ରନ୍ଥାଗାର ପରିସରରେ ନେତାଜୀଙ୍କ ଜୀବନାଦର୍ଶନକୁ ନେଇ ଏକ ପ୍ରଦର୍ଶନୀ କରାଯାଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖୋଉଥିବା ବେଳେ ମୋଦିଙ୍କ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.