ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ; କହିଲେ, ‘ରାମ ଅଗ୍ନି ନୁହନ୍ତି ଶକ୍ତି, ବିବାଦ ନୁହନ୍ତି ସମାଧାନ’

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ‘ଆମ ରାମଲାଲା ଏବେ ଟେଣ୍ଟ ଘରେ ରହିବେ ନାହିଁ । ରାମଲାଲା ଦିବ୍ୟ ମନ୍ଦିରରେ ରହିବେ । ମୋର ବିଶ୍ୱାସ ଯେ ପ୍ରଭୁ ରାମ ଆମକୁ ନିଶ୍ଚୟ କ୍ଷମା କରିବେ । ଶହ ଶହ ବର୍ଷର ପ୍ରତୀକ୍ଷା ଏବଂ ତ୍ୟାଗ ଓ ତପସ୍ୟା ପରେ ରାମ ଆସିଛନ୍ତି । ଆଜି ଆମକୁ ଶ୍ରୀରାମଙ୍କ ମନ୍ଦିର ମିଳିଛି’ ।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଭାଷଣ ଆରମ୍ଭ କରି କହିଛନ୍ତି, ‘ଆଜି ଆମ ରାମ ଆସି ଯାଇଛନ୍ତି । ଜାନୁୟାରୀ ୨୨, କ୍ୟାଲେଣ୍ଡରରେ ଲେଖା ଯାଇଥିବା ଏକ ତାରିଖ ନୁହେଁ । ଏହା ଏକ ସମୟଚକ୍ରର ଉତ୍ପତ୍ତି । ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଆମ ରାମ ଆସିଛନ୍ତି । ଏହି ଶୁଭ ମୁହୂର୍ତ୍ତରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା’ ।

ମୋଦି କହିଛନ୍ତି ଯେ ‘ଆମ ରାମଲାଲା ଏବେ ଟେଣ୍ଟ ଘରେ ରହିବେ ନାହିଁ । ରାମଲାଲା ଦିବ୍ୟ ମନ୍ଦିରରେ ରହିବେ । ମୋର ବିଶ୍ୱାସ ଯେ ପ୍ରଭୁ ରାମ ଆମକୁ ନିଶ୍ଚୟ କ୍ଷମା କରିବେ । ଶହ ଶହ ବର୍ଷର ପ୍ରତୀକ୍ଷା ଏବଂ ତ୍ୟାଗ ଓ ତପସ୍ୟା ପରେ ରାମ ଆସିଛନ୍ତି । ଆଜି ଆମକୁ ଶ୍ରୀରାମଙ୍କ ମନ୍ଦିର ମିଳିଛି’ ।

ପିଏମ୍‌ ମୋଦି ଆହୁରି କହିଛନ୍ତି, ‘ଦାସତ୍ୱର ମାନସିକତାକୁ ଭାଙ୍ଗି ଦେଶ ଉଠି ଛିଡ଼ା ହୋଇଛି । ଏହି ସମୟ ସାଧାରଣ ନୁହେଁ । ଦୀର୍ଘ ବିଯୋଗରୁ ଯେଉଁ ବିପତ୍ତି ଆସିଥିଲା, ତାହା ସମାପ୍ତ ହୋଇସାରିଛି । ପ୍ରତ୍ୟେକ ଯୁଗରେ ଲୋକମାନେ ରାମଙ୍କୁ ଜିଇଁଛନ୍ତି । ପ୍ରତ୍ୟେକ ଯୁଗରେ ଲୋକମାନେ ନିଜ ନିଜ ଶବ୍ଦରେ ଏବଂ ନିଜ ଶୈଳୀରେ ରାମଙ୍କୁ ଅଭିବ୍ୟକ୍ତ କରିଛନ୍ତି’ । ମୋଦି କହିଛନ୍ତି, ‘ରାମ ଅଗ୍ନି ନୁହନ୍ତି ଶକ୍ତି । ସେ ବିବାଦ ନୁହନ୍ତି, ସମାଧାନ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.