Below header

ବ୍ରିକ୍ସ ଶିଖର ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଯିବେ ଦକ୍ଷିଣ ଆଫ୍ରିକା…୪୦ ବର୍ଷ ପରେ ପିଏମ୍‌ଙ୍କ ଗ୍ରୀସ୍‌ ଯାତ୍ରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ବ୍ରିକ୍ସର ୧୫ତମ ଶିଖର ସମ୍ମିଳନୀରେ ଭାଗନେବେ ମୋଦି। ସେଠାରୁ ଅଗଷ୍ଟ ୨୫ରେ ଏକଦିବସୀୟ ସରକାରୀ ଗସ୍ତରେ ୟୁନାନ୍‌ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ବ୍ରିକ୍ସର ୧୫ତମ ଶିଖର ସମ୍ମିଳନୀରେ ଭାଗନେବେ ମୋଦି। ସେଠାରୁ ଅଗଷ୍ଟ ୨୫ରେ ଏକଦିବସୀୟ ସରକାରୀ ଗସ୍ତରେ ୟୁନାନ୍‌ ଯାତ୍ରା କରିବେ। ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ସୋମବାର ଏଠାରେ ଏକ ପ୍ରେସ୍‌ ବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ପିଏମ୍‌ ମୋଦି ମଙ୍ଗଳବାର ସକାଳେ ନୂଆଦିଲ୍ଲୀରୁ ଜୋହାନ୍ସବର୍ଗ ପାଇଁ ଯାତ୍ରା ଆରମ୍ଭ କରିବେ। ଏଠାରେ ଅଗଷ୍ଟ ୨୨ରୁ ୨୪ ମଧ୍ୟରେ ବ୍ରାଜିଲ୍‌, ରୁଷ୍‌, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ)ର ୧୫ତମ ଶିଖର ସମ୍ମିଳନୀରେ ଯୋଗ ଦେବେ।

ଏହାପରେ ମୋଦି ଅଗଷ୍ଟ ୨୫ରେ ୟୁନାନ୍‌ (ଗ୍ରୀସ୍‌) ଯାତ୍ରା କରିବେ। ବୈଦେଶିକ ସଚିବ କ୍ୱାତ୍ରା କହିଛନ୍ତି ଯେ ୧୯୮୩ ମସିହା ପରେ ଭାରତର କେହି ଜଣେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ୟୁନାନ୍‌ ଯାତ୍ରା। ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏକ ରାଜନୈତିକ ଯାତ୍ରାରେ ଏଥେନ୍ସ ଯାଇଥିଲେ।

ବୈଦେଶିକ ସଚିବଙ୍କ ସୂଚନା ମୁତାବକ, ୟୁନାନ୍‌ର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ପିଏମ୍‌ ମୋଦି ଏହି ଅଫିସିଆଲ ଯାତ୍ରା କରୁଛନ୍ତି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ଅର୍ଥନୀତି, ବାଣିଜ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତାର କରିବା ଉପରେ ଆଲୋଚନା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.