ଆଜିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ, ଦେଶବ୍ୟାପୀ ‘ସେବା ସପ୍ତାହ’ ପାଳନ କରିବ ବିଜେପି

ନୂଆଦିଲ୍ଲୀ(କେନ୍ଯୁଜ୍): ଆଜିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ। ଆଜିଠାରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ପାଳନ କରିବ ବିଜେପି । ଚଳିତବର୍ଷ ମୋଦି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ସାର୍ବଜନୀନ ଜୀବନର ୨୦ ବର୍ଷ ପୂରଣ କରୁଥିବାରୁ ବିଜେପି ପାଇଁ ଏହା ବିଶେଷ ମହତ୍ତ୍ୱପୂର୍ଣ୍ଣ। ୨୦୦୧ ଅକ୍ଟୋବର ୭ ତାରିଖରେ ସେ ଗୁଜୁରାଟ ମୁଖମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

‘ସବ୍‌କା ସାଥ୍‌ , ସବକା ବିକାଶ ନାରାରେ ଦେଶ ସେବାର ଆହ୍ଵାନ ଦେଇଥିବା ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆଜିଠାରୁ ସପ୍ତାହବ୍ୟାପୀ ସେବା ସହ ଦଳର କର୍ମକର୍ତ୍ତା ଗାଁ ଗାଁକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମ କରିବେ। ଓଡ଼ିଶାରେ ମଧ୍ୟ ରାଜ୍ୟ ବିଜେପି ଏକ ପ୍ରଦର୍ଶନୀ ଜରିଆରେ ମୋଦିଙ୍କ ବ୍ୟକ୍ତିତ୍ୱ , କୃତିତ୍ୱ ଓ ଜନସେବାରେ ତାଙ୍କ ଉପଲବ୍ଧିକୁ ପ୍ରଦର୍ଶିତ କରିବ। ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଓ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଅଙ୍ଗ ବିତରଣ ପରି କାର୍ଯ୍ୟକ୍ରମ କରାଯିବ । ଏହା ସହ କୃଷକ ଓ ଯବାନମାନଙ୍କୁ ଦଳ ପକ୍ଷରୁ ସମ୍ମାନିତ କରାଯିବ।