ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଗ୍ରାଣ୍ଡ କୋର୍ସ ଅଫ ଦ ଅର୍ଡର ଅଫ୍‌ ଅନର’ରେ ସମ୍ମାନିତ କଲେ ଗ୍ରୀସ ରାଷ୍ଟ୍ରପତି, ଧନ୍ୟବାଦ ଜଣାଇଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗ୍ରାଣ୍ଡ କୋର୍ସ ଅଫ ଦ ଅର୍ଡର ଅଫ୍‌ ଅନର ସମ୍ମାନିତ କରିଛନ୍ତି ଗ୍ରୀସ ରାଷ୍ଟ୍ରପତି କତେରିନା ଏନ୍‌ ସକେଲାରୋପୋଲୁ। ପିଏମ ମୋଦି ଟ୍ଵିଟ୍‌ କରି ଗ୍ରୀସକୁ ଧନ୍ୟବାଦ ଜଣାଇଛନ୍ତି ।

ଗ୍ରୀସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁଠାରୁ ବଡ ନାଗରିକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥେନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗ୍ରାଣ୍ଡ କୋର୍ସ ଅଫ ଦ ଅର୍ଡର ଅଫ୍‌ ଅନର ସମ୍ମାନିତ କରିଛନ୍ତି ଗ୍ରୀସ ରାଷ୍ଟ୍ରପତି କତେରିନା ଏନ୍‌ ସକେଲାରୋପୋଲୁ। ପିଏମ ମୋଦି ଟ୍ଵିଟ୍‌ କରି ଗ୍ରୀସକୁ ଧନ୍ୟବାଦ ଜଣାଇଛନ୍ତି ।

ମୋଦି ଟ୍ଵିଟ୍‌ କରି କହିଛନ୍ତି, ମୋତେ ଗ୍ରାଣ୍ଡ କୋର୍ସ ଅଫ ଦ ଅର୍ଡର ଅଫ ଅନରରେ ସମ୍ମାନିତ କରିଥିବାରୁ ଗ୍ରୀସ ରାଷ୍ଟ୍ରପତି କତେରିନା ଏନ ସକେଲାରୋପୋଲୁ ଏବଂ ଗ୍ରୀସ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ । ଏହା ଗ୍ରୀସ ଲୋକଙ୍କ ଭାରତ ପ୍ରତି ସମ୍ମାନ ଦର୍ଶାଉଛି ।

ଦୀର୍ଘ ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତ କରିଛନ୍ତି । ଆମ ସଂପର୍କ ସୁଧୁରୁଛି । ଗ୍ରୀସ ଏବଂ ଭାରତ ମଧ୍ୟରେ ଦୁଇ ପୁରାତନ ସଭ୍ୟତା, ଦୁଇ ପୁରାତନ ଲୋକତାନ୍ତ୍ରିକ ବିଚାରଧାରା ଏବଂ ଦୁଇ ପୁରାତନ ବ୍ୟାପର ଏବଂ ସାଂସ୍କୃତିକ ସମ୍ବନ୍ଧ ସ୍ୱାଭାବିକ ହୋଇଛି । ଆମ ସଂପର୍କ ବୁନିଆଦ ପ୍ରାଚୀନ ଏବଂ ମଜବୁତ ।

ଶେଷଥର ପାଇଁ ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଗସ୍ତରେ ଯାଇଥିଲେ । ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ଗ୍ରୀସ ଯାଇଛନ୍ତି ମୋଦି। ମୋଦି ଗ୍ରୀସରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ଗ୍ରୀସ ପ୍ରଧାନମନ୍ତ୍ରୀ କାଇରାକୋସ ମିଟସୋଟାକିସଙ୍କ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା ରହିଛି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୂତ କରିବା ନେଇ ଆଲୋଚନା ହେବ। ପରେ ମୋଦିଙ୍କ ଗ୍ରୀସ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବିଜନେସ ଲିଡରଙ୍କୁ ଭେଟିବେ । ଭାରତୀୟ ସମୁଦାୟଙ୍କ ସହ ଆଲୋଚନା କରିବାର ମଧ୍ୟ ମୋଦିଙ୍କ କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.