Below header

ISRO ଜାରି କଲା ପ୍ରଜ୍ଞାନ ରୋଭର୍‌ର ଭିଡିଓ, ଏହିପରି ଲ୍ୟାଣ୍ଡର୍‌ରୁ ବାହାରି ଚନ୍ଦ୍ରପୃଷ୍ଠରେ ଚାଲିଲା

ଭାରତୀୟ ସ୍ପେସ୍‌ ଏଜେନ୍ସି ‘ଇସ୍ରୋ’ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିବା ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ଭିଡିଓ ଜାରି କରିଛି।

ଭାରତୀୟ ସ୍ପେସ୍‌ ଏଜେନ୍ସି ‘ଇସ୍ରୋ’ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିବା ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ଭିଡିଓ ଜାରି କରିଛି। ପାଖାପାଖି ୩୦ ସେକେଣ୍ଡ୍‌ର ଏହି ଭିଡିଓରେ ପ୍ରଜ୍ଞାନ କିଭଳି ଭାବେ ଚନ୍ଦ୍ରଯାନର ଲ୍ୟାଣ୍ଡରରୁ ବାହାରୁଛି, ତାହା ଦେଖିବାକୁ ମିଳୁଛି। ଯେମିତି ଏହା ଲ୍ୟାଣ୍ଡରରୁ ବାହାରି ଚାଲିବାକୁ ଲାଗୁଛି, ଏହା ସହିତ ଏହାର ଛାଇ ମଧ୍ୟ ଚାଲିବାକୁ ଲାଗୁଛି।

ଇସ୍ରୋ ଏ ସମ୍ବନ୍ଧରେ ‘X’ରେ ପାଖାପାଖି ୨ ମିନିଟ୍‌ ୧୫ ସେକେଣ୍ଡ୍‌ର ଏକ ଭିଡିଓ ଜାରି କରି ଟ୍ଵିଟ୍‌ କରିଛି। ଟ୍ଵିଟ୍‌ରେ ଲେଖିଛି, ‘ଏହିପରି ଭାବେ ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠକୁ ଛୁଇଁଛି’। ଇସ୍ରୋ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ଦେଖାଯାଉଛି, ଲ୍ୟାଣ୍ଡରର ସିଡିରୁ ପ୍ରଜ୍ଞାନ ତଳକୁ ଓହ୍ଲାଉଛି।

ଏହାର ସୋଲାର ଏନର୍ଜି ପ୍ୟାନେଲ ଖୋଲୁଛି ଏବଂ ରୋଭର୍‌ ଆକ୍ଟିଭ ହୋଇ ପୃଷ୍ଠଭୂମିରେ ଚାଲିବାକୁ ଲାଗୁଛି। ଏ ସବୁ ଲ୍ୟାଣ୍ଡରର କ୍ୟାମେରାରେ ରେକର୍ଡ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଯେଉଁଠାରେ ଓହ୍ଲାଯାଇଛି, ସେହି ଜାଗାରେ ଆଗାମୀ ୧୨ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଆଲୋକ ରହିବ। ପୃଷ୍ଠଭୂମି ଉପରେ ଦେଖାଯାଉଥିବା ପ୍ରଜ୍ଞାନର ଛାଇ ଏହି ଆଲୋକ କାରଣରୁ ସୃଷ୍ଟି ହୋଇଛି।

ଭାରତ ରୋଭରରେ କେତେକ ଯନ୍ତ୍ର ପଠାଇଛି। ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ପ୍ରଜ୍ଞାନ ନିଜ ସହିତ ନେଇଯାଇଥିବା ପେଲୋଡ୍ APXS – Alpha Particle X-Ray Spectrometer ଜରିଆରେ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବ ଏବଂ ସେଠାରେ ଥିବା ଖଣିଜ ପଦାର୍ଥ ଯାଞ୍ଚ କରିବ। ପ୍ରାୟ ୧୪ ଦିନ ପରେ ଉଭୟ ପ୍ରଜ୍ଞାନ ଓ ବିକ୍ରମର ବ୍ୟାଟେରୀ ସରିଯିବ ଏବଂ ଉଭୟ ନିଷ୍କ୍ରିୟ ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.