ବିଶ୍ୱକପ ୨୦୨୩ ଟ୍ରଫିକୁ ଫ୍ରାନ୍ସରେ ଅନାବରଣ କଲେ ଉର୍ବଶୀ ରୌତେଲା, ସେୟାର କଲେ ପୋଷ୍ଟ

ଆଇସିସି ବିଶ୍ୱକପ ଟ୍ରଫି ଅନାବରଣ କରି ଚର୍ଚ୍ଚାରେ ଉର୍ବଶୀ । ଫ୍ରାନ୍ସର ଏଫିଲ ଟାଓ୍ଵର ଠାରେ ବିଶ୍ୱକପ ଟ୍ରଫିକୁ ଲଞ୍ଚ କରି ଏକ ଫଟୋ ଉର୍ବଶୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ବଲିଉଡ ସୁନ୍ଦରୀ କେତେବେଳେ କପଡାକୁ ନେଇ ତ ଆଉ କେତେବେଳେ ଗହଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ଉର୍ବଶୀ ଆଇସିସି ବିଶ୍ୱକପ ଟ୍ରଫିକୁ ହାତରେ ଧରି ଚର୍ଚ୍ଚାରେ ରହିଛନ୍ତି । ଉର୍ବଶୀ ନିକଟରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆଇସିସି ବିଶ୍ୱକପ ଟ୍ରଫି ଧରିଥିବାର ନଜର ଆସିଛନ୍ତି । ଫଟୋରେ ଉର୍ବଶୀ ସୁନେଲୀ ରଙ୍ଗର ଗାଉନ ପିନ୍ଧିଥିବା ନଜର ଆସିଛନ୍ତି ।

ଆଇସିସି ବିଶ୍ୱକପ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବିଶ୍ୱକପ ଭାରତରେ ୫ ଅକ୍ଟୋବରରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଏପଟେ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଥିବା ବେଳେ ଉର୍ବଶୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚକଚମିଆ ଟ୍ରଫିର ଅନାବରଣ କରିଛନ୍ତି ।

 

View this post on Instagram

 

A post shared by Urvashi Rautela (@urvashirautela)

ଇନଷ୍ଟାରେ ସେୟାର କରିଥିବା ଫଟୋ ଦେଖି ଫ୍ୟାନ୍ସ ଯେତିକି ଖୁସି ରହିଛନ୍ତି, ଟ୍ରଫି ଧରି ସେତିକି ଖୁସି ରହିଛନ୍ତି ଉର୍ବଶୀ । ପୋଷ୍ଟରେ ଫ୍ୟାନ୍ସ ଖୁସି ହେବା ସହିତ ଅଭିନେତ୍ରୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଉର୍ବଶୀ କହିଛନ୍ତି, ଫ୍ୟାନ୍ସ ପ୍ୟାରସରେ ଏଫିଲ ଟାଓ୍ଵରରେ ‘କ୍ରିକେଟ ବିଶ୍ୱକପ ୨୦୨୩ ଟ୍ରଫି’କୁ ଲଞ୍ଚ ଏବଂ ଅନାବରଣ କରିଥିବା ପ୍ରଥମ ଅଭିନେତ୍ରୀ । ସମସ୍ତଙ୍କୁ ବିନମ୍ର ଧନ୍ୟବାଦ@icc @cricketworldcup @france_cricket’।

୫ ଅକ୍ଟୋବରୁରୁ ଆରମ୍ଭ ହୋଇ ୧୨ ନଭେମ୍ବର ପର୍ଯ୍ୟନ୍ତ ୪୬ ଦିନ ଯାଏଁ ଚାଲିବ ବିଶ୍ବକପ ମ୍ୟାଚ୍ । ଫାଇନାଲକୁ ମିଶାଇ ୪୮ଟି ମ୍ୟାଚ୍ ଖେଳାଯିବ । ଏହିସବୁ ତକ ମ୍ୟାଚ୍ ୧୦ଟି ଷ୍ଟାଡିୟମରେ ଖେଳାଯିବ ।  ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ଅହମଦାବାଦରେ ଖେଳାଯିବ ।  ବିଶ୍ବକପ୍ ମ୍ୟାଚ ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକତାରେ ହେବ । ହାଇଦ୍ରାବାଦ ଛଡା ଗୌହ୍ବାଟୀ ଏବଂ ତିରୁଅନନ୍ତପୁରମକୁ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ୍ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.