ପ୍ରଧାନମନ୍ତ୍ରୀ ମୋଦି ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନ୍‌ରେ ହେଲେ କଥା, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପିଏମ୍‌ ମୋଦି ନିଜ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏ ନେଇ ପୋଷ୍ଟ୍‍ ସେୟାର କରିଛନ୍ତି ।

ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏବେ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ହୋଇଛି । ଏହି ସମୟରେ ଉଭୟ ଦେଶର ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀ ବିଷୟରେ ଆଲୋଚନା ହୋଇଛି । ଆହୁରି ମଧ୍ୟ ଭବିଷ୍ୟତକୁ ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବା ଉପରେ ସହମତି ହୋଇଥିଲା । ଆମେ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ । ଏଥିରେ ରୁଷ୍‌ର ବ୍ରିକ୍ସ ଅଧ୍ୟକ୍ଷତା ମଧ୍ୟ ସାମିଲ ରହିଛି’ ।

ସୂଚନାଯୋଗ୍ୟ, ବ୍ରିକ୍ସ ଶିଖର ସମ୍ମିଳନୀ ଏଥର ରୁଷ୍‌ରେ ହେବ । ବ୍ରିକ୍ସ ଗ୍ରୁପ୍‌ରେ ୫ଟି ଦେଶ ବ୍ରାଜିଲ, ରୁଷ୍‌, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛନ୍ତି । ପ୍ରଥମରୁ ଏହା ବ୍ରିକ୍‌ ଗ୍ରୁପ୍‌ ଥିଲା, କିନ୍ତୁ ୨୦୧୦ରେ ଦକ୍ଷିଣ ଆଫ୍ରିକା ଏହି ଗ୍ରୁପ୍‌ରେ ସାମିଲ ହେବା ପରେ ଏହା ବ୍ରିକ୍ସ ହୋଇଛି । ଗ୍ରୁପ୍‌ର ପ୍ରଥମ ବୈଠକ ୨୦୦୬ରେ ରୁଷ୍‌ର ସେଣ୍ଟ ପିଟର୍ସବର୍ଗରେ ଜି-୮ ସମିଟ୍‌ ସହିତ ହୋଇଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.