ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି, ୪୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ(କେ ନ୍ୟୁଜ):  ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ସମୀକ୍ଷା । କମ୍‌ ଟିକାକରଣ ହୋଇଥିବା ୪୦ଟି ଜିଲ୍ଲାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଆଜି ଦିନ ୧୨ଟାରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ମୋଦି । ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଆଦି ରାଜ୍ୟର ୪୦ଟି ଜିଲ୍ଲାରେ କମ୍‌ ପରିମାଣର କୋଭିଡ ଟିକାକରଣ ହୋଇଛି । ଏହି ଜିଲ୍ଲାମାନଙ୍କରେ ଟିକାକରଣକୁ ତ୍ୱରାନ୍ଵିତ କରିବା ଉପରେ ଗୁରୁତ୍ୱ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।

ସଂପୃକ୍ତ ଜିଲ୍ଲା ମାନଙ୍କରେ କୋଭିଡ ଟିକାର ପ୍ରଥମ ଡୋଜ ୫୦ପ୍ରତିଶତରୁ କମ୍‌ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ଟିକାକରଣ ଅତ୍ୟନ୍ତ କମ୍‌ ପରିମାଣର ହୋଇଛି। ଏହି ଜିଲ୍ଲାମାନଙ୍କ ମଧ୍ୟରେ ୨୭ଟି ଜିଲ୍ଲା କେବଳ ଉତ୍ତରପୂର୍ବ ରାଜ୍ୟମାନଙ୍କରେ ରହିଛି। ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ଦେଶରରେ ବର୍ତ୍ତମାନ ଶହେ ୭କୋଟିରୁ ଅଧିକ କୋଭିଡ ଟିକାକରଣ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.