ଭାରତ-ଆମେରିକା ସଂପର୍କକୁ ଆଗକୁ ନେବା ପାଇଁ ପୁଣି ଥରେ ମିଳିତ ଭାବେ କାମ କରିବାକୁ ଆଗ୍ରହୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍(ବ୍ୟୁରୋ):  ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଟ୍ଵିଟ୍‌ କରି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଆମେରିକା ସଂପର୍କକୁ ମଜବୁତ କରିବାରେ ବାଇଡେନ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଅମୂଲ୍ୟ ଥିଲା ବୋଲି କହିଛନ୍ତି ମୋଦି ।

ଭାରତ-ଆମେରିକା ସଂପର୍କକୁ ଆଗକୁ ନେବା ପାଇଁ ପୁଣି ଥରେ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ବୋଲି ମୋଦି କହିଛନ୍ତି ।

ସେହିପରି ଉପରାଷ୍ଟ୍ରପତି କମ୍‌ଲା ହାରିସଙ୍କୁ ମଧ୍ୟ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ହାରିସ୍‌ଙ୍କ ବିଜୟ ସମସ୍ତ ଭାରତୀୟ ଓ ଆମେରିକୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମୋଦି । ରାହୁଲ ଗାନ୍ଧୀ ଟ୍ଵିଟ୍‌ କରି କହିଛନ୍ତି ଜୋ ବାଇଡେନ୍‌ ଆମେରିକାକୁ ଏକଜୁଟି କରିବା ସହ ଭଲ ମାର୍ଗଦର୍ଶନ ପ୍ରଦର୍ଶନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.