Below header

ଆପଣଙ୍କ ଆଧାର କାର୍ଡ କେଉଁ ମୋବାଇଲ୍‌ ନମ୍ବରରେ ହୋଇଛି ଲିଙ୍କ୍‌? ଜାଣିବା ପାଇଁ ଆପଣାନ୍ତୁ ଏହି ପ୍ରକ୍ରିୟା

ଯଦି ଆପଣ ଆପଣଙ୍କର ମୋବାଇଲ୍ ନମ୍ବରକୁ ଅନେକ ଥର ବଦଳାଇଛନ୍ତି କିମ୍ବା ଆପଣଙ୍କର ଏକରୁ ଅଧିକ ନମ୍ବର ଅଛି ଏବଂ ଆପଣଙ୍କ ଆଧାର ସହିତ କେଉଁ ନମ୍ବର ଲିଙ୍କ୍ ହୋଇଛି ତାହା ଆପଣଙ୍କର ମନେ ନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଏହାକୁ କିପରି ଜାଣିପାରିବେ ଯେ, ଆପଣଙ୍କର ନମ୍ବର ଆଧାର ସହିତ ଲିଙ୍କ୍ ହୋଇଛି କି ନାହିଁ ।

ଆଧାର ସହିତ ଲିଙ୍କ୍‌ ଥିବା ମୋବାଇଲ୍‌ ନମ୍ବର ବିଷୟରେ ଜାଣିବା ପାଇଁ ଆପଣଙ୍କୁ ପ୍ରଥମେ UIDAI ର ୱେବସାଇଟ୍‌ https://uidai.gov.in/ କୁ ଯିବାକୁ ପଡିବ ।

ଏହା ପରେ My Aadhar କୁ ଯାଆନ୍ତୁ ,ଏହାପରେ ଏଠାରେ Aadhar Services ର ଅପସନ୍‌ ଦେଖାଯିବ ।

Aadhar Servicesର ପ୍ରଥମେ ଅପସନ୍‌ ଥିବ Verify an Aadhar Number ।

ଏହା ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ପରେ ଏକ ନୂତନ ୱିଣ୍ଡୋ ଖୋଲିବ । ଏଠାରେ ଜାଣିବାକୁ ଚାହୁଁଥିବା ଆଧାର ନମ୍ବର ପ୍ରବେଶ କରିବାକୁ ପଡିବ । ଏହାପରେ ଏକ ଫର୍ମ ପୂରଣ କରିବାକୁ ଅପସନ୍‌ ଆସିବ ।

ଏତିକି କରିବା ପରେ ପ୍ରୋସିଡ୍‌ ଟୁ ଭେରିଫାଏ ଲିଙ୍କ୍‌ ଉପରେ କ୍ଳିକ୍‌ କରିବାକୁ ପଡିବ । ଯେମିତି ହିଁ ଆପଣ ସେହି ଅପସନ୍‌ ଉପରେ କ୍ଳିକ୍‌ କରିବେ ଆପଣ ଆଧାରର ଷ୍ଟାଟର୍ସ ଦେଖିପାରିବେ ।

ଯଦି ଆପଣଙ୍କ ଆଧାରରେ କୌଣସି ନମ୍ବର ଲିଙ୍କ୍‌ ହୋଇନଥିବ ତେବେ ସେଠାରେ କିଛି ଲେଖା ଆସିବ ନାହିଁ । ଏହାର ମାନେ ଆପଣଙ୍କ ଆଧାର ସହିତ କୌଣସି ନମ୍ବର ଲିଙ୍କ୍‌ ନାହିଁ ।

ଯଦି ଆପଣଙ୍କ ଆଧାରରେ କୌଣସି ନମ୍ବର ଲିଙ୍କ୍‌ ଥିବ ତେବେ ଏଠାରେ ଉକ୍ତ ମୋବାଇଲ୍‌ ନମ୍ବରର ଶେଷ ତିନୋଟି ଅକ୍ଷର ଦେଖାଯିବ । ଏହାର ମାନେ ଆପଣଙ୍କ ଆଧାର ସହିତ ସେହି ନମ୍ବର ଲିଙ୍କ୍‌ ହୋଇଛି ।

aadhaar1ଆଧାରକୁ ମୋବାଇଲ୍‌ ନମ୍ବରର OTP ଦ୍ୱାରା ଲିଙ୍କ୍‌ କରିବାର ପ୍ରକ୍ରିୟା:

ମୋବାଇଲ୍ ଗ୍ରାହକମାନେ ସେମାନଙ୍କର ନମ୍ବରକୁ ଆଧାର ସହିତ ଲିଙ୍କ୍ କରିପାରିବେ ଏବଂ OTP ମାଧ୍ୟମରେ ପୁନର୍ବାର ଯାଞ୍ଚ କରିପାରିବେ। ତଥାପି, କେବଳ ସେହି ଗ୍ରାହକ, ଯାହାର ମୋବାଇଲ୍ ନମ୍ବର ପୂର୍ବରୁ ସେମାନଙ୍କର ଆଧାର ସହିତ ଲିଙ୍କ୍ ହୋଇଥିବ।

OTP ମାଧ୍ୟମରେ ଆପଣ କିପରି ମୋବାଇଲ୍ ନମ୍ବର ସହିତ ଆଧାରକୁ ଲିଙ୍କ୍ କରିପାରିବେ-

-ଆପଣଙ୍କ ମୋବାଇଲ୍ ନମ୍ବରରୁ 14546 * କୁ କଲ୍ କରନ୍ତୁ ।
-ଆପଣ ଭାରତୀୟ କିମ୍ବା NRI ବାଛନ୍ତୁ ।
-1 ଦବାଇ ଆଧାରକୁ ପୁନର୍ବାର ଯାଞ୍ଚ କରିବାକୁ ଆପଣଙ୍କର ସମ୍ମତି ଦିଅନ୍ତୁ।
-ଆପଣଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପୁରଣ କରନ୍ତୁ ଏବଂ 1 ଦବାଇ ଏହାକୁ ନିଶ୍ଚିତ କରନ୍ତୁ ।
-ଏହାପରେ ଏକ OTP ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପଠାଯାଏ ।
-UIDAI ରୁ ଆପଣଙ୍କର ନାମ, ଫଟୋ ଏବଂ DOB କୁ ପ୍ରବେଶ କରିବାକୁ ଆପଣଙ୍କର ଅପରେଟରଙ୍କୁ ସମ୍ମତି ଦିଅନ୍ତୁ ।
-IVR ଆପଣଙ୍କ ମୋବାଇଲ୍ ନମ୍ବରର ଶେଷ ୪ ଅଙ୍କ ପଠାଇବ।
-ଯଦି ଏହା ସଠିକ୍, ପ୍ରାପ୍ତ OTP ପ୍ରବେଶ କରନ୍ତୁ ।
-ପ୍ରକ୍ରିୟା ସମାପ୍ତ କରିବାକୁ 1 ଦବାନ୍ତୁ ।

aadhaarଅଫଲାଇନ୍ ପ୍ରକ୍ରିୟା:

-ଆପଣଙ୍କର ମୋବାଇଲ୍ ନେଟୱାର୍କର ଷ୍ଟୋର୍‌କୁ ଯାଆନ୍ତୁ ।
-ଆପଣଙ୍କର ଆଧାର କାର୍ଡର ଏକ ଫଟୋ କପି ନିଅନ୍ତୁ ।
– ଆପଣଙ୍କର ମୋବାଇଲ୍ ନମ୍ବର ଦିଅନ୍ତୁ ।
-ଆଧାର କର୍ମଚାରୀଙ୍କୁ ଆଧାର ନମ୍ବର ସହିତ ମୋବାଇଲ୍ ନମ୍ବରକୁ ଏକ OTP ପଠାଇବାକୁ ପଡିବ।
-ଯାଞ୍ଚ କରିବାକୁ OTP କର୍ମଚାରୀଙ୍କୁ କୁହନ୍ତୁ ।
-ବର୍ତ୍ତମାନ କର୍ମଚାରୀଙ୍କୁ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ପ୍ରଦାନ କରନ୍ତୁ ।
-ଆପଣ ଆପଣଙ୍କର ମୋବାଇଲ୍ ନେଟୱାର୍କରୁ ଏକ ନିଶ୍ଚିତକରଣ SMS ପାଇବେ ।
-E-KYC ପ୍ରକ୍ରିୟା ସମାପ୍ତ କରିବାକୁ “Y” ଲେଖି ଉତ୍ତର ଦିଅ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.