Below header

ପିଏମ-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ: ଦେଶରେ ଥିବା ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ

ନୂଆଦିଲ୍ଲୀ : ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି । ଦେଶରେ ପିଲାମାନଙ୍କ ଭବିଷ୍ୟତକୁ ମଜବୁତ କରିବା ପାଇଁ ଏହି ପ୍ଲାନ କରିଛନ୍ତି । ଦେଶରେ ଥିବା ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ । ପିଏମ ଶ୍ରୀ ସ୍କୁଲ ଯୋଜନାରେ ଖର୍ଚ୍ଚ ହେବ ୨୬, ୩୬୦ କୋଟି । ଏହା ଜରିଆରେ ପିଲାଙ୍କ ପାଠ ପଢା ଆଧୁନିକ, ସ୍ମାର୍ଟ କ୍ଲାସରୁମ, ଖେଳ ସହ ଅନ୍ୟ ଆଧୁନିକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପିଏମ ଶ୍ରୀ ଯୋଜନାର ଘୋଷଣା କରିଥିଲେ। ସେ ଟୁଇଟ୍ କରି ଜଣାଇଥିଲେ, ଆଜି ଶିକ୍ଷକ ଦିବସ ଉପଲକ୍ଷେ ଏକ ନୂତନ ପ୍ରୟାସର ଘୋଷଣା କରୁଛି। ପିଏମଶ୍ରୀ ଯୋଜନା ଆଧାରରେ ସମଗ୍ର ଦେଶରେ ୧୪,୫୦୦ ସ୍କୁଲର ନବୀକରଣ କରାଯିବ। ଏହାକୁ ମୋଡେଲ୍ ସ୍କୁଲ ପରି ତଥା ନୂତନ ଶିକ୍ଷା ନୀତିର ଭାବନା ଅନୁରୂପ ବିକଶିତ କରାଯିବ।

ସ୍କୁଲ ଗୁଡିକୁ ଆଧୁନିକ ଶିକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯିବ। ଏଥିରେ ନୂତନ ସ୍ମାର୍ଟ ଶ୍ରେଣୀ ଗୃହ ଏବଂ ଅନ୍ୟ ଦିଗକୁ ନଜରରେ ରଖି ପ୍ରସ୍ତୁତ କରାଯିବ। ଏହା ପୂର୍ବରୁ ଜୁନରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନା ବିଷୟରେ ସୂଚନା ଦେଇଥିଲେ। ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଯେଉଁ ୧୪,୫୦୦ ସ୍କୁଲକୁ ଯୋଜନା ମୁତାବକ ଚୟନ କରାଯିବ, ସେଥିରେ ଅଧିକାଂଶ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ। ଆଉ କିଛି ସ୍କୁଲ ରାଜ୍ୟ ସରକାରଙ୍କ ଦ୍ଵାରା ସଞ୍ଚାଳିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.