କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ, କନ୍ୟାକୁମାରୀରୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସର ସବୁଠାରୁ ଲମ୍ବା ମାର୍ଚ୍ଚ ଭାରତ ଯୋଡୋ ଯାତ୍ରା ଆରମ୍ଭ। ଅପରାହ୍‌ଣରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି ରାହୁଲ ଗାନ୍ଧି। କାଲି ସକାଳୁ ଆରମ୍ଭ ହେବ ପଦଯାତ୍ରା। ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତୀ, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଛି। ଏହାକୁ ନେଇ ଦଳର ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି। ଆଗାମୀ ୧୫୦ଦିନରେ କଂଗ୍ରେସ ସମୁଦାୟ ୩ହଜାର ୫୭୦ କିଲୋମିଟର ଯାତ୍ରା କରିବ। ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହେବ।

ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୨ଟି ପର୍ଯ୍ୟାୟରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିବ। ଏହି ସମୟରେ କୌଣସି ନେତା ହୋଟେଲରେ ରହିବେ ନାହିଁ । କଣ୍ଟେନରରେ ରାତ୍ରି ଯାପନ କରିବେ କଂଗ୍ରେସ ନେତା ଓ କର୍ମୀ। ଏଥିପାଇଁ ୬୦ଟି କଣ୍ଟେନର ବ୍ୟବସ୍ଥା କରାଯାଇଛି। ସେପଟେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ କଟାକ୍ଷ କରିଛନ୍ତି ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଭାରତ ଯୋଡ଼ିବା ପାଇଁ କଂଗ୍ରେସ ପାକିସ୍ତାନରୁ ଆରମ୍ଭ କରୁ ଯାତ୍ରା। ସେପଟେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। କହିଛନ୍ତି, ହିମନ୍ତ ପ୍ରଥମେ କଂଗ୍ରେସରେ ଥିଲେ ପରେ ବିଜେପିରେ ଯୋଗ ଦେଲେ। ସେଠାରେ ସେ ପ୍ରତିଦିନ ବିଷ ଓଗାଳୁଛନ୍ତି ବୋଲି କହିଛନ୍ତି ବାଘେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.