ରେଳବାଇ ଜମି ଲିଜ୍ ନିୟମ ପରିବର୍ତ୍ତନ ଉପରେ କେନ୍ଦ୍ର କ୍ୟାବିନେଟ ମାରିଲା ମୋହର

ନୂଆଦିଲ୍ଲୀ : ରେଳବାଇ ଜମି ଲିଜ୍ ନିୟମରେ ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟର ଦେଲା ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ଲିଜ୍ ଅବଧିକୁ ୫ବର୍ଷରୁ ବୃଦ୍ଧି କରାଯାଇ ୩୫ବର୍ଷ କରାଯାଇଛି। ଆଗାମୀ ୫ବର୍ଷ ମଧ୍ୟରେ ଦେଶରେ ୩ଶହ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ନିର୍ମାଣ କରାଯିବ। ଏହା ମାଧ୍ୟମରେ ଏକଲକ୍ଷ ୨୦ହଜାର ନିଯୁକ୍ତି ସୃଷ୍ଟି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପିଏମ ଗତିଶକ୍ତି ଫ୍ରେମ୍ ୱାର୍କକୁ ଲାଗୁ କରିବା ପାଇଁ ଲିଜ୍ ନିୟମରେ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି। ପିପିପି ମୋଡରେ ସ୍କୁଲ ଓ ଡାକ୍ତରଖାନା ନିର୍ମାଣ ପାଇଁ ଏହି ଜମିର ବ୍ୟବହାର କରାଯିବ। ଏଥିପାଇଁ ବର୍ଗଫୁଟ ପିଛା ଏକଟଙ୍କା ଚାର୍ଜ ନିଆଯିବ। ଏହାସହ କ୍ୟାବିନେଟ ବୈଠକରେ ପିଏମଶ୍ରୀ ଯୋଜନାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ୨୦୨୨ରୁ ୨୦୨୭ ମଧ୍ୟରେ ଦେଶରେ ୧୪ହଜାର ୫୯୭ ପିଏମଶ୍ରୀ ସ୍କୁଲର ଗୁଣବତ୍ତା ବୃଦ୍ଧି କରାଯିବ।

କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମେତ ଦେଶର ୧୪ ହଜାରରୁ ଅଧିକ ସ୍କୁଲକୁ ଅଧିକ ଉନ୍ନତିକରଣ କରାଯାଇ ପିଏମଶ୍ରୀ ସ୍କୁଲରେ ପରିଣତ କରାଯିବ । ଏହି ସ୍କୁଲ ଗୁଡ଼ିକ ମଡେଲ ସ୍କୁଲରେ ପରିଣତ ହେବ । ଏହା ଦ୍ୱାରା ୧୮ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.