୨ ମହିଳାଙ୍କୁ ହତ୍ୟା ଓ ୯୯ ଶବ ସହ ଯୌନ ସମ୍ବନ୍ଧ ରଖିଥିଲା ପିଶାଚ, ଡାଏରୀରେ ଲେଖିଥିଲା ସବୁ କଳା କାରନାମା

୨ ଜଣ ମହିଳାଙ୍କୁ ହତ୍ୟା ଓ ୯୯ ଟି ଶବ ସହ ଶାରୀରିକ ସମ୍ପର୍କ ରଖିଥିବା ଏକ ସାଂଘାତିକ ଅପରାଧୀକୁ ବାନ୍ଧିଛି ପୋଲିସ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅଭିଯୁକ୍ତ ନିଜର ସମସ୍ତ କଳା କାରନାମାକୁ ଏକ ଡାଏରୀରେ ଟିପି ରଖୁଥିଲା। କାଳେ ସେ କୌଣସି ଅପରାଧକୁ ଭୁଲିଯିବ, ଏଣୁ ସେ ସବୁ କଥାକୁ ଗୋଟି ଗୋଟି କରି ଡାଏରୀରେ ଲେଖୁଥିଲା। ଧରା ପଡ଼ିବା ପରେ ଏହି ଅଭିଯୁକ୍ତ କହିଛି ଯେ ସେ ଜାଣିଥିଲା ଯେ ଦିନେ ନା ଦିନେ ତାକୁ ପୋଲିସ ଧରିବ। ଏଣୁ କାଳେ ସେ କୌଣସି ଅପରାଧ ଭୁଲିଯାଇଥିବ, ତେଣୁ ସବୁ କଥାକୁ ଡାଏରୀରେ ଲେଖୁଥିଲା। ଏହି ରାକ୍ଷସ ବ୍ରିଟେନ୍‌ର ଏକ ହସ୍ପିଟାଲରେ କାମ କରୁଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ୧୯୮୭ ମସିହାରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବ୍ରିଟେନ୍‌ ପୋଲିସ ଜଣେ ହସ୍ପିଟାଲ ଓ୍ଵାର୍କରକୁ ଗିରଫ କରିଥିଲା। ଗିରଫ ପରେ ମାମଲାର ତଦନ୍ତ ଚାଲିଥିଲା। ଦୀର୍ଘ ୩୦ ବର୍ଷ ପରେ ନିକଟରେ ଏହି ମାମଲାର ଖୁଲାସା ହୋଇଛି। ଏହି ଅଭିଯୁକ୍ତର ନାଁ ଡେଭିଡ୍‌ ଫିଲର ଓ ବୟସ ୬୭ ବର୍ଷ। ତା’ ନାଁରେ ୨ ଜଣ ମହିଳାଙ୍କୁ ହତ୍ୟା ସହ ୯୯ ଟି ଶବ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ମାମଲା ରୁଜୁ ହୋଇଛି।

ପୋଲିସର କହିବାନୁସାରେ, ୨ଟି ମହିଳାଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ କରିବା ବେଳେ ଡେଭିଡ୍‌କୁ ସନ୍ଦେହରେ ପଚରାଉଚରା କରାଯାଇଥିଲା। ପଚରାଉଚରା ପରେ ଡେଭିଡ୍‌ ଧରା ପଡ଼ିବା ଭୟରେ ସହର ଛାଡ଼ି ଚାଲିଆସିଥିଲା। ସେ ଭିନ୍ନ ଭିନ୍ନ ସହରରେ ଅଲଗା ଅଲଗା ନାଁରେ ରହୁଥିଲା। କିନ୍ତୁ ସେ ନିଜର ସମସ୍ତ ପାପକୁ ଏକ ଡାଏରୀରେ ଲେଖି ରଖୁଥିଲା। କିନ୍ତୁ ଧରାପଡ଼ିବା ପରେ ସେ କେବଳ ୨ ଜଣ ମହିଳାଙ୍କୁ ହତ୍ୟା କରିଥିବା କଥାକୁ ହିଁ ସ୍ୱୀକାର କରିଥିଲା। ଶବ ସହ ଶାରୀରିକ ସମ୍ପର୍କ କଥାକୁ ସେ ଭୁଲିଯାଇଥିବା କହିଥିଲା।

କିନ୍ତୁ ପୋଲିସ ଡେଭିଡ୍‌ର ଘରେ ଖୋଜାଖୋଜି କରିବା ବେଳେ ଡାଏରୀ ଜବତ କରିଥିଲା। ଏହି ଡାଏରୀରୁ ଜଣାପଡ଼ିଥିଲା ଯେ ସେ ଜୀବନ କାଳ ମଧ୍ୟରେ ୯୯ ଟି ଶବ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏହି ଶବ ମଧ୍ୟରେ ଝିଅ, ଯୁବତୀ ଓ ପିଲା ରହିଛନ୍ତି। ୨୦୦୮ ମସିହାରୁ ୨୦୨୦ ମଧ୍ୟରେ ଡେଭିଡ୍‌ ୯୯ଟି ଶବ ସହ ସମ୍ବନ୍ଧ ରଖିଥିଲା। ଛାନ୍‌ଭିନ୍‌ ବେଳେ ପୋଲିସ ଡେଭିଡ୍‌ ଘରୁ ଅନେକ ଅଶ୍ଳୀଳ ଭିଡିଓ ସିଡି, ଶବ ସହ ସମ୍ପର୍କ ରଖିବା ବେଳର ଫଟୋ, ଆପତ୍ତିଜନକ ଦ୍ରବ୍ୟ ଓ ମେମୋରି କାର୍ଡ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.