ସିଂଘୁ ବର୍ଡ଼ରରେ ସ୍ଥିତି ସାଙ୍ଘାତିକ, ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସର ଲାଠି ଚାର୍ଜ ଓ ଲୁହ ବୁହା ଗ୍ୟାସ ଜାରି

କୃଷି ଆଇନକୁ ଵିରୋଧ କରି ଗଲା ଦୁଇ ମାସରୁ ଅଧିକ ଦିନ ହେବ ଚାଷୀ ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଗତ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଏହି ଚାଷୀ ମାନେ ଟ୍ରାକ୍ଟର ରାଲି କରିବା ସହ ସିଂଘୁ ବର୍ଡ଼ରରେ ଯାଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖୁଛନ୍ତି । କିନ୍ତୁ ଅନ୍ୟ ପଟରେ ସାଧାରଣ ଲୋକେ ଚାଷୀଙ୍କୁ ବିରୋଧ କରିବା ସହ ପଥର ପକାଇବା ଆରମ୍ଭ କରିଦେଇଛନ୍ତି । ସ୍ଥିତି ସମ୍ଭାଳିବା ପାଇଁ ପୋଲିସ ଲାଠି ଚାର୍ଜ ସହ ଲୁହ ବୁହା ଗ୍ୟାସ ବ୍ୟବହାର ଆରମ୍ଭ କରିଦେଇଛନ୍ତି । ଆଉ ଦାବି କରୁଛନ୍ତିକି ସିଙ୍ଗୁ ବର୍ଡ଼ରକୁ ତୁରନ୍ତ ଖାଲି କରାଯାଉ ।

ସୂଚନା ମୁତାବକ, ସିଙ୍ଗୁ ବର୍ଡ଼ରରେ ଶୁକ୍ରବାର ସକାଳୁ ସୁରକ୍ଷା କଡାକଡି କରାଯିବା ସହ ପ୍ରାୟ ୧୫ ଅତିରିକ୍ତ ଅର୍ଦ୍ଧସାମରିକ ଯବାନ ମାନଙ୍କୁ ମୁତୟନ କରାଯାଉଛି । ସ୍ଥାନୀୟ ପୋଲିସ ସହ ସ୍ପେଶାଲ କମିସିନର ସଞ୍ଜୟ ସିଂହ ନିଜେ ସ୍ଥାନରେ ମହଜୂତ ଅଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ ଲଗାତାର ବ୍ରିଫିଙ୍ଗ କରୁଛନ୍ତି । ଦୁଇ ଦିନରୁ ଅଧିକ ସମୟ ହେବ ସ୍ପେଶାଲ କମିସିନର ଅଲିପୁର ଥାନାରେ ହିଁ ଉପସ୍ଥିତ ଅଛନ୍ତି ।

ସିଙ୍ଗୁ ଓ ଏହାର ଆଖପାଖ ଅଂଚଳ ସିସିଟିଭି ସେବାକୁ ବନ୍ଦ କରିଦିଆଯାଇଛି । ସ୍ଥାନୀୟ ବାସିନ୍ଦା ଆଶଙ୍କା କରୁଛନ୍ତିକି ଉକ୍ତ ସ୍ଥଳରେ ହୁଏତ ମୋବାଇଲ ଜାମର ଲଗାଯାଇଛି । ସୁରକ୍ଷା କର୍ମୀଙ୍କ ଅନୁଯାୟୀ ସୁରକ୍ଷା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ସ୍ଥଳର ପାଖାପାଖି ୩ ରୁ ୫ କିମି ପରିଧି ପର୍ଯ୍ୟନ୍ତ ଇଣ୍ଟରନେଟ ଉପଲବ୍ଧ ନଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.