Below header

 ଶେଷ ହେଲା ସମୟ ସୀମା, କାଲିଠୁ ବନ୍ଦ ପଲିଥିନ୍

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତାକାଲିଠୁ ପୁରୀ ସମେତ ୫ଟି ମହାନଗର ନିଗମରେ କଡାକଡି ଭାବେ ପାଳନ ହେବ ପଲିଥିନ ବ୍ୟାନ କଟକଣା। ସଂପୂର୍ଣ୍ଣ ଭାବେ ବ୍ୟାନ୍‌ ହେବ ପଲିଥିନ୍‌। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ପୁରୀ ସମେତ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ପଲିଥିନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ଏଥିପାଇଁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଏହାର ଅବଧି ଆଜି ଶେଷ ହୋଇଛି।  ତେଣୁ ଆସନ୍ତାକାଲିଠୁ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ପରିବେଶ ବିଭାଗ ନିର୍ଦ୍ଦେଶକ କେ. ମୁରୁଗୁସେନ କହିଛନ୍ତି।

ପଲିଥିନ୍‌ ତିଆରି କରୁଥିବା କାରଖାନା ଓ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ କରିବାକୁ ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଛି। ଏହି ନିୟମକୁ ଯଦି କେହି ଭାଙ୍ଗୁଥିବାର ଦେଖାଯାଏ ତାହେଲେ ତାକୁ ଜେଲ ଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । ଦୋକାନମାନଙ୍କରେ ଯେଉଁମାନେ ବିକ୍ରି କରୁଥିବେ ସେମାନଙ୍କୁ ମଧ୍ୟ ଜୋରିମାନା ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.