Below header

ସହିଦଙ୍କୁ ଗାଳି ପରେ ମହାତ୍ମାଙ୍କ ହତ୍ୟାକାରୀଙ୍କୁ କହିଲେ ଦେଶପ୍ରେମୀ, ବୟାନ ପାଇଁ ଅଡୁଆରେ ପ୍ରଜ୍ଞାସିଂହ ଠାକୁର

ପୁଣି ନିଜ ବୟାନ ପାଇଁ ଅଡୁଆରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ଏଥର ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ବିବାଦ ଘେରକୁ ଆସିଛନ୍ତି ପ୍ରଜ୍ଞା। ଗଡସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ । ତାଙ୍କୁ ଆତଙ୍କବାଦୀ କହୁଥିବା ବ୍ୟକ୍ତି ନିଜେ ନିଜକୁ ଦେଖୁ ବୋଲି ସେ କହିଛନ୍ତି । ଏଭଳି ଲୋକଙ୍କୁ ଆସନ୍ତା ନିର୍ବାଚନରେ କଡ଼ା ଜବାବ ଦିଆଯିବ ବୋଲି ସେ ଏକ କହିଛନ୍ତି। ପ୍ରଜ୍ଞାଙ୍କ ବୟାନ ପରେ ନିଜ ଦଳ ମଧ୍ୟରୁ ହିଁ ତାଙ୍କ ବିରୋଧରେ ସ୍ୱର ଉଠିଛି। ତାଙ୍କ ମତ ସହ ଦଳ ଏକମତ ନୁହେଁ। ବିଜେପି ଏହାକୁ କଡ଼ା ନିନ୍ଦା କରୁଛି। ଏହି ମାମଲାରେ ତାଙ୍କୁ ଦଳ ସ୍ପଷ୍ଟୀକରଣ ମାଗିବ ବୋଲି ବିଜେପି ମୁଖପାତ୍ର ଜିଭିଏଲ ନରସିଂହା ରାଓ କହିଛନ୍ତି। ନିଜ ବୟାନ ପାଇଁ ସେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି କହିଛନ୍ତି ନରସିହ୍ମା।

ପ୍ରଜ୍ଞାଙ୍କ ବୟାନ ପରେ ବିଜେପିକୁ ଘେରିଛି କଂଗ୍ରେସ। ବିବାଦୀୟ ବୟାନ ପାଇଁ ମୋଦି, ଅମିତ ଶାହା ଓ ରାଜ୍ୟ ବିଜେପି ଦେଶକୁ ସ୍ପଷ୍ଟୀକରଣ ଦେବା ସହ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଭୋପାଳ କଂଗ୍ରେସ ପ୍ରାର୍ଥୀ ଓ ବରିଷ୍ଠ ନେତା ଦିଗବିଜୟ ସିଂହ। ନାଥୁରାମ ଗଡସେ ଜଣେ ହତ୍ୟାକାରୀ ଓ ଦେଶଭକ୍ତ ଭାବେ ଅତିରଞ୍ଜିତ କରିବା ଦେଶଦ୍ରୋହ ବୋଲି କହିଛନ୍ତି ଦିଗବିଜୟ। ଜାତିର ପିତାଙ୍କ ହତ୍ୟାକାରୀଙ୍କୁ ଦେଶଭକ୍ତ ଓ ଦେଶପାଇଁ ପ୍ରାଣବଳି ଦେଇଥିବା ହେମନ୍ତ କର୍‌କରେଭଙ୍କୁ ଦେଶଦ୍ରୋହୀ କହିବା ବିଜେପି ସରକାରରେ ସମ୍ଭବ ବୋଲି କହିଛନ୍ତି ରଣଦୀପ ସୁର୍ଜେୱାଲା।

ଗତ ରବିବାର ତାମିଲନାଡୁର ଆରାଭାକୁରିଚି ଆସନ ପାଇଁ ଉପନିର୍ବାଚନ ପ୍ରଚାର ବେଳେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଓ ସେ ନାଥୁରାମ ଗଡସେ ବୋଲି କହିଥିଲେ ସାଉଥ ସୁପରଷ୍ଟାର ତଥା ଏମଏନଏମ ନେତା କମଲ ହାସନ। ଏପେ ପ୍ରଜ୍ଞା ସିଂହ ଠାକୁର, ନାଥୁରାମଙ୍କୁ ଦେଶଭକ୍ତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.