ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର; ଦିଲ୍ଲୀ ଆର୍ମି ହସ୍ପିଟାଲରେ ମସ୍ତିଷ୍କରେ ସଫଳ ଅସ୍ତ୍ରୋପଚାର ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଏନେଇ ବୁଲେଟିନ୍ ଜାରି କରାଯାଇଛି । ମସ୍ତିଷ୍କରେ ରକ୍ତ ଜମାଟ ଯୋଗୁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଏବେବି ଭେଣ୍ଟିଲେଟରରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଗତକାଲି ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦିଲ୍ଲୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।