Below header

ଗର୍ଭବତୀ ମହିଳାଙ୍କୁ ବାଇକ୍‌ ରେ ବାନ୍ଧି ୨୦୦ ମିଟର ଘୋଷାଡି ନେଲା ମଦୁଆ ସ୍ୱାମୀ

ପିଲିଭିଟି (ୟୁପି) : ଗର୍ଭବତୀ ସ୍ତ୍ରୀକୁ ବାଇକରେ ବାନ୍ଧି ଘୋଷାଡି ନେବା ଭଳି ଏକ ଲୋମହର୍ଷଣ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶ ରେ । ମଦୁଆ ସ୍ୱାମୀ ଘଟାଇଛି ଏପରି ବର୍ବର କାଣ୍ଡ । ମହିଳାଙ୍କର ଭୁଲ ଏତିକି ଥିଲା ଯେ ସେ ସ୍ୱାମୀଙ୍କୁ ମଦ ପିଇବାରୁ ବାରଣ କରିଥିଲେ । ଏ ଘଟଣାରେ ପୋଲିସ ରାମଗୋପାଳକୁ ଗିରଫ କରିଛି । ସୁମନ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ରାମଗୋପାଳ ଶନିବାର ଦିନ ମଦ ପିଇ ଘରକୁ ଆସିଥିଲେ । ଏହାକୁ ପତ୍ନୀ ସୁମନ ବାରଣ କରିଥିଲେ । ଏହି କଥାରେ କ୍ରୋଧିତ ରାମଗୋପାଳ ସୁମନଙ୍କୁ ଘୋଷାରି ଆଣି ନିଜ ବାଇକରେ ବାନ୍ଧି ଦେଇଥିଲେ । ଏବଂ ତାଙ୍କୁ ବାଇକ ଚଳାଇ ପ୍ରାୟ ୨୦୦ ମିଟର ଯାଏ ଘୋଷାରି ନେଇଥିଲେ । ପଥଚାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କ କଥା ଶୁଣିନଥିଲେ ।

ଶେଷରେ ସୁମନଙ୍କ ଭାଇ ତାଙ୍କୁ ରକ୍ଷା କରିବା ସହ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ରାମ ଗୋପାଳ ଓ ସୁମନ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ରାମଗୋପାଳ ନିଶାଖୋର ହୋଇଯାଇଥିଲେ । ସୁମନ ଏବେ ୮ ମାସର ଗର୍ଭବତୀ ଥିବାବେଳେ ପତିଙ୍କର ପିଇବା ଅଭ୍ୟାସକୁ ନେଇ ଅଧିକାଂଶ ସମୟ ଘରେ ପାଟିତୁଣ୍ଡ ହେଉଥିଲା ।

ଏହି ଅଘଟଣ ଘଟିବା ସମୟରେ ରାମଗୋପାଳଙ୍କ ମାତା-ପିତା ଘରେ ଉପସ୍ଥିତ ଥିଲେ । ସେମାନେ ପୁଅକୁ ବାରଣ କରିବା ସହ ସୁମନଙ୍କୁ ଚେଷ୍ଟା କରି ମଧ୍ୟ ରକ୍ଷା କରିପାରି ନଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖବର ସଂଗ୍ରହ କରିବା ସହ ରାମଗୋପାଳକୁ ଗିରଫ କରିଛି । ଏନେଇ ଘୁନଗାଚି ଥାନାରେ ଏକ ମାମଲା ରୁଜୁ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.