୭ ପ୍ରକାରର ଥାଏ ୱେଟିଙ୍ଗ୍‌ ଲିଷ୍ଟ, ଏହି ଲିଷ୍ଟରେ ଥିଲେ ତୁରନ୍ତ କନଫର୍ମ ହୁଏ ଆପଣଙ୍କ ଟିକେଟ୍‌

ଆପଣ ଟ୍ରେନରେ ଯାତ୍ରା କରିଛନ୍ତି ନା ନାହିଁ। ନିଶ୍ଚୟ ଭାବେ କରିଥିବେ କାହିଁକିନା ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ସାଧାରଣତଃ ପସନ୍ଦ କରନ୍ତି। ଆରାମଦାୟକ ଏବଂ ଲମ୍ବା ଟ୍ରାଭେଲ ପାଇଁ ଲୋକମାନେ ଟ୍ରେନ ଯାତ୍ରାକୁ ପ୍ରାଧାନ୍ୟ ଦିଅନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି। ଦେଶରେ ଯାତ୍ରା କରିବାର ସବୁଠାରୁ ଶସ୍ତା ସାଧନ, ତେଣୁ ଲୋକମାନେ ଏହାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। ଏଥିରେ ଭିଡ ବି ବହୁତ ଅଧିକ ହୋଇଥାଏ ଆଉ ଏହି ଭିଡରୁ ରକ୍ଷା ପାଇବା ପାଇଁ ରେଲେଓ୍ଵ ରିଜର୍ଭେସନର ସୁବିଧା ଦେଇଥାଏ। ଅର୍ଥାତ୍‌ ଟ୍ରେନରେ ଆପଣ ନିଜ ସିଟ୍‌ ବୁକ୍‌ କରି କୁଆଡେ ବି ଯାଇପାରିବେ। କିନ୍ତୁ ଏମିତି ତ ଆଉ ସମ୍ଭବ ନୁହେଁ ଯେ ସମସ୍ତଙ୍କୁ ସିଟ୍‌ ମିଳିଯିବ, କିନ୍ତୁ ଏହା ବି ନୁହେଁ ଯେ ସିଟ୍‌ ଫୁଲ୍‌ ହେବା ପରେ ରେଲେଓ୍ଵ ରିଜର୍ଭେସନ କରିବା ବନ୍ଦ କରିଦେବ। କାହିଁକିନା କିଛି ଲୋକ ରିଜର୍ଭେସନ ପରେ ବି ନିଜର ପ୍ଲାନକୁ ବଦଳାଇ ଦିଅନ୍ତି। ଯେଉଁ କାରଣରୁ ସେ ନିଜର ଟିକେଟ କ୍ୟାନ୍ସଲ କରିଦିଅନ୍ତି। ଏମିତିରେ ଏହି ସିଟ୍‌ ମଧ୍ୟରୁ କ୍ଲିୟର ହୁଏ ୱେଟିଙ୍ଗ୍‌। ରେଲେଓ୍ଵରେ ୭ ପ୍ରକାରର ୱେଟିଙ୍ଗ୍‌ ରହିଥାଏ। ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ବତାଇବୁ ଏହା କଣ କଣ ଏବଂ ସବୁଠାରୁ ପ୍ରଥମେ କେଉଁଟା କ୍ଲିୟର ହୋଇଥାଏ।

RAC : ରିଜର୍ଭେସନ ଏଗେନଷ୍ଟ କ୍ୟାନସେଲସନ, ଏଥିରେ ଗୋଟେ ସିଟ ୨ ଜଣ ପାସେଞ୍ଜର୍ସଙ୍କ ପାଇଁ ହୋଇଥାଏ। ଯେମିତି ହିଁ କାହାର କନଫର୍ମ ଟିକେଟ କ୍ୟାନ୍ସଲ ହୁଏ ତାହେଲେ ସର୍ବପ୍ରଥମେ ଏହି ଲୋକଙ୍କ ମଧ୍ୟରୁ ଜଣଙ୍କୁ କନଫର୍ମ ଟିକେଟ ମିଳିଥାଏ ଏବଂ ସମ୍ପୂର୍ଣ୍ଣ ଟିକେଟ ଦେଇଦିଆଯାଏ। ଏହାର କନଫର୍ମ ହେବାର ଚାନ୍ସେସ ସବୁଠାରୁ ଅଧିକ ରହିଥାଏ।

RSWL: ଏହା ଏକ ଏମିତି ୱେଟି ଲିଷ୍ଟ ଯାହା ଟ୍ରେନ ଆରମ୍ଭ ହେବା ଷ୍ଟେସନ ଠାରୁ ମିଳିଥାଏ। ଏହାକୁ ରୋଡ ସାଇଟ େଓ୍ଵଟଲିଷ୍ଟ ମଧ୍ୟ କୁହାଯାଏ। ନୂଆ ଦିଲ୍ଲୀ-ରାଞ୍ଚି ରାଜଧାନୀରେ ଦିଲ୍ଲୀରୁ ଟ୍ରେନ ବୋର୍ଡ କରୁଥିବା ଯାତ୍ରୀଙ୍କୁ ଏହି େଓ୍ଵଟିଙ୍ଗ ଲିଷ୍ଟରେ ସାମିଲ କରାଯାଏ।

GNWL : ଏହା ଜେନେରାଲ ୱେଟିଙ୍ଗ୍‌ ଲିଷ୍ଟ ଅଟେ। ଯଦି ଟ୍ରେନରେ ଟ୍ରାଭେଲ କରିବାକୁ ଥିବା କନଫର୍ମ ଟିକେଟ ଯାତ୍ରୀ ନିଜ ଟିକେଟ କ୍ୟାନ୍ସଲ କରିଦେବେ ତ ଆପଣଙ୍କୁ ସେହି ସିଟ୍‌ ଦେଇଦିଆଯିବ।

PQWL : ପୁଲଡ କୋଟା ୱେଟିଙ୍ଗ୍‌ ଲିଷ୍ଟ। ଏହି େଓ୍ଵଟିଙ୍ଗ ଲିଷ୍ଟ ଜେନେରାଲ ଲିଷ୍ଟ ଠାରୁ ଅଲଗା ହୋଇଥାଏ। ଏଥିରେ ସେହିସବୁ ପାସେଞ୍ଜର୍ସ ଆସନ୍ତି ଯେଉଁମାନେ ଆରମ୍ଭ ଏବଂ ଶେଷ ଷ୍ଟେସନ ମଝିରେ ଚଢ଼ିଥାନ୍ତି ଏବଂ ଓହ୍ଲାଇଥାନ୍ତି। ଅର୍ଥାତ୍‌ ଦିଲ୍ଲୀରୁ କୋଲକାତା ଯାଉଥିବା ଟ୍ରେନରେ ଲକ୍ଷ୍ନୌରୁ ଟ୍ରେନ୍‌ ଧରି ପାଟଣାରେ ଓହ୍ଲାଉଥିବା ପାସେଞ୍ଜର।
NOSB : ନୋ ସିଟ୍‌ ବାର୍ଥ, ଏହା ୱେଟିଙ୍ଗ୍‌ ଲିଷ୍ଟ ନୁହେଁ। ଏହା ଟିକେଟର ଏକ ଟାଇପ ଅଟେ, ଯେଉଁଥିରେ ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଅଧା ଭଡା ଦେଇ ଯାତ୍ରା କରିବାକୁ ଅନୁମତି ଦିଆଯାଇଥାଏ।

RLWL : ରିମୋଟ ଲୋକେସନ ୱେଟିଙ୍ଗ୍‌ ଲିଷ୍ଟ। ଛୋଟ ଷ୍ଟେସନକୁ ଟ୍ରେନରେ ସିଟର କୋଟା ମିଳିଥାଏ। ଏହି ଷ୍ଟେସନ ଦୂର ଦୂରାନ୍ତ ଅଞ୍ଚଳ ପାଇଁ ହୋଇଥାଏ। ଏବଂ ସେଠାରୁ ଟ୍ରେନରେ ବୋର୍ଡ ହେବାକୁ ଥିବା ପାସେଞ୍ଜର୍ସଙ୍କୁ ଏହି ଲିଷ୍ଟରେ ସାମିଲ କରାଯାଏ। ଏହାର କନଫର୍ମ ହେବାର ସମ୍ଭାବନା ବହୁତ ଅଧିକ ହୋଇଥାଏ।
TQWL: ତତ୍କାଳରେ ଟିକେଟ ବୁକ୍‌ କରିବା ପରେ ବି ୱେଟିଙ୍ଗ୍‌ ମିଳିଲେ ତାକୁ ତତ୍କାଳ େଓ୍ଵଟିଙ୍ଗ ଲିଷ୍ଟ କୁହାଯାଏ। ଏହି ଟିକେଟକୁ କନଫର୍ମ ହେବାର ସମ୍ଭାବନା ବହୁତ କମ୍‌ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.