ୟୁଟ୍ୟୁବକୁ ନେଇ ସରକାର କରୁଛନ୍ତି କଡା କାର୍ଯ୍ୟାନୁଷ୍ଠାନ, ଆପଣ ଏହି ଭୁଲ କରୁନାହାଁନ୍ତି ତ

ଭିଡିଓ କଣ୍ଟେଟ ବନାଉଥିବା ଲୋକ ଇନଷ୍ଟାଗ୍ରାମରେ ହେଉ କିମ୍ବା ୟୁଟ୍ୟୁବ ଏବଂ ଫେସବୁକରେ, ପ୍ରତ୍ୟେକ ଜାଗାରେ ପୋଷ୍ଟ ହେଉଥିବା ଏହି କଣ୍ଟେଣ୍ଟ ବହୁତ ସାବଧାନତାପୂର୍ବକ ପ୍ରସ୍ତୁତ କରନ୍ତି, କାହିଁକିନା ଏଥିରେ ଯଦି କୌଣସି ବି ଏପରି ସୂଚନା ଥିବ ଯାହା ଅଶ୍ଳୀଳତା ଆଡକୁ ଇଙ୍ଗୀତ କରୁଥାଏ, ତାହେଲେ ଏପରି ଭିଡିଓ କଣ୍ଟେଟ ବନାଉଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ନିକଟରେ ଭାରତ ସରକାର ୟୁଟ୍ୟୁବରେ ମହଜୁଦ୍‌ ୬ ଚ୍ୟାନେଲସ ଉପରେ ବ୍ୟାନ୍‌ ଲଗାଇଛି। ଏହା ପଛର ବଡ କାରଣ ହେଉଛି ଏଥିରେ ପରିବେଷଣ କରାଯାଇଥିବା କଣ୍ଟେଟ, ଯାହା ବହୁତ ମାତ୍ରାରେ ଫେକ୍‌ ଥିଲା। ଏମିତିରେ ଲୋକଙ୍କୁ ଏପରି କଣ୍ଟେଣ୍ଟ ଠାରୁ ଦୂରେଇ ରଖିବା ପାଇଁ ସରକାର ଏହି ଚ୍ୟାନେଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ୟୁଟ୍ୟୁବରେ କେଉଁ କଣ୍ଟେଣ୍ଟ ମହଜୁଦ ରହିଛି ଯାହା ଉପରେ ଭାରତ ସରକାର ସମେତ ପୋଲିସ ଏବଂ ପ୍ରଶାସନଙ୍କୁ ଆପତ୍ତି ହୋଇପାରେ ଏବଂ ଆପଣଙ୍କୁ ଜେଲ ବି ଯିବାକୁ ପଡିପାରେ।

ଆସନ୍ତୁ ଜାଣିବା କଣ ସେହି କଣ୍ଟେଣ୍ଟ

ଫେକ୍‌ ନ୍ୟୁଜ୍‌ : ଯଦି ଆପଣ ନିଜ ୟୁଟ୍ୟୁବ ଚ୍ୟାନେଲରେ ଫେକ ନ୍ୟୁଜ୍‌ ପରିବେଷଣ କରନ୍ତି ଏବଂ ଏହି କାରଣରୁ ଏକ ଭାରି ସଂଖ୍ୟାରେ ଦର୍ଶକ ପ୍ରଭାବିତ ହେଉଛନ୍ତି, ତାହେଲେ ଆପଣଙ୍କ ବିରୁଦ୍ଧରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। କେବଳ ଏତିକି ନୁହେଁ ଆପଣଙ୍କୁ ଜେଲ ବି ଯିବାକୁ ପଡିପାରେ।

ଭଲଗାର କଣ୍ଟେଣ୍ଟ : ଯଦି ଆପଣ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ଭଲଗାର କଣ୍ଟେଣ୍ଟ ପରିବେଷଣ କରୁଛି ଏବଂ ଲଗାତର ଏହାକୁ ସେୟାର କରୁଛି ଏବଂ ତାର ପ୍ରମୋସନ୍‌ କରୁଛି, ତାହେଲେ ଏହା ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଉଠାଯାଇପାରେ ଏବଂ ଆପଣଙ୍କ ଚ୍ୟାନେଲ ବନ୍ଦ ବି କରାଯାଇପାରେ। କେବଳ ଏତିକି ନୁହେଁ ଆପଣଙ୍କୁ ଜେଲ ବି ଯିବାକୁ ପଡିପାରେ।

ଅପରାଧିକ କଣ୍ଟେଣ୍ଟ : ଯଦି ଆପଣ ସୂଚନା ଦେବା ଆଳରେ ଏମିତି କୌଣସି କଟେଣ୍ଟ ଭିଡିଓ ଜରିଆରେ ଲଞ୍ଚ୍‌ କରୁଛନ୍ତି ଯେଉଁଥିରେ ଅପରାଧିକ ଗତିବିଧିକୁ ଦର୍ଶାଉଛି ତାହେଲେ କୌଣସି ସମସ୍ୟା ନାହିଁ କିନ୍ତୁ ଆପଣ ଯଦି ପ୍ରମୋସନ କରିବାକୁ ଏମିତି କଟେଣ୍ଟକୁ ବାରମ୍ବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କଲେ ତାହେଲେ ଆପଣଙ୍କ ଉପରେ ପୋଲିସ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଏବଂ ଆପଣ ଜେଲ ବି ଯାଇପାରନ୍ତି।

ଚାଇଲ୍ଡ କ୍ରାଇମ୍‌ : ଯଦି ଆପଣ ଚାଇଲ୍ଡ କ୍ରାଇମକୁ ମଜାକ୍‌ ଢ଼ଙ୍ଗରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଦେଖାଇଲେ ତାହେଲେ ଆପଣଙ୍କୁ କୌଣସି ବି ସମୟୟରେ ଜେଲର ଚକି ପେଶିବାକୁ ପଡିପାରେ କାହିଁକିନା ଏମିତି କଣ୍ଟେଣ୍ଟ ଭାରତରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.