Below header

ଭାରତୀୟ ସେନାର ମେଜରଙ୍କୁ ବହିଷ୍କୃତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସନ୍ଦେହଜନକ କାର୍ଯ୍ୟରେ ଥିଲେ ଲିପ୍ତ

ମେଜର ଜଣକ ନିଜର ଇଲେକ୍ଟ୍ରୋନିକ ଡିଭାଇସରେ ଗୁପ୍ତ ଦସ୍ତାବିଜର ଏକ କପି ରଖିଥିଲେ । ଯାହା ସେନାର ନିୟମ ଅନୁଯାୟୀ ଅପରାଧ । ମେଜର ଜଣକ ସୋସିଆଲ ମିଡିଆ ଚାଟ୍‌ ଜରିଆରେ ପାକିସ୍ତାନର ଗୁପ୍ତ ସଂସ୍ଥା ସହିତ ସଂପର୍କ ଥିବା ମଧ୍ୟ ସୂଚନା ମିଳିଥିଲା । ତେଣୁ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଏସଏଫସି ୟୁନିଟରେ ଥିବା ଭାରତୀୟ ସେନାର ଜଣେ ମେଜରଙ୍କୁ ବହିଷ୍କୃତ କରିଛନ୍ତି ।

ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଏସଏଫସି ୟୁନିଟରେ ଥିବା ଭାରତୀୟ ସେନାର ଜଣେ ମେଜରଙ୍କୁ ବହିଷ୍କୃତ କରିଛନ୍ତି । ମେଜର ଜଣକ ପୂର୍ବରୁ ଅନେକ ସନ୍ଦେହଜନକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ଥିବା ସେନା ଯାଞ୍ଚରୁ ଜଣାପଡିଥିଲା ।  ଯାହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ । ରାଷ୍ଟ୍ରପତି ସେନା ଅଧିନିୟମ, ୧୯୫୦ ଧାରା ୧୮ ସମ୍ବିଧାନ ଅନୁଚ୍ଛେଦ ୩୧୦ ଅନୁଯାୟୀ କ୍ଷମତା ପ୍ରୟୋଗରେ ପ୍ରାୟ ଏକ ସପ୍ତାହ ପୂର୍ବରୁ ମେଜରଙ୍କ ସେବା ବନ୍ଦ କରିବାକୁ ନିର୍ଦ୍ଦେଶରେ ଦସ୍ତଖତ କରିଥିଲେ ।

ଏହି ଆଦେଶ ୧୫ ସେପ୍ଟେମ୍ବରରେ ଜାରି କରାଯାଇଥିଲା । ସେପ୍ଟେମ୍ବର ମଧ୍ୟଭାଗରେ ଏହି ସମାପ୍ତି ନିର୍ଦ୍ଦେଶ ଜାରି କରାଯାଇଥିଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତାଙ୍କୁ ଅବଗତ କରାଯାଇଥିଲା ।  ଚଳିତ ମାସ ଆରମ୍ଭରୁ ଷ୍ଟ୍ରାଟାଜିକ ଫୋର୍ସସ କମାଣ୍ଡ ୟୁନିଟରେ ଲାଗୁ କରାଯାଇଛି । ଏହି ମେଜର ଜଣକ ଉତ୍ତର ଭାରତରେ ନିୟୋଜିତ ରହିଥିଲେ ।

ମେଜରଙ୍କ ଗତିବିଧି ଉପରେ ୨୦୨୨ ମାର୍ଚ୍ଚରୁ ଯାଞ୍ଚ କରାଯାଉଥିଲା । ଅଧିକାରୀ ଜଣକ ରାଷ୍ଟ୍ରୀୟ ସୁରକ୍ଷା ସହିତ ବୁଝାମଣା ମାମଲାର ଯାଞ୍ଚ କରିବା ପାଇଁ ଅଧିକାରୀଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇଥିଲା । ଏସଏଫସି ଅଧିକାରୀ ଜଣକ ବୋର୍ଡର ଟିଜିଟାଲ ଉପକରଣକୁ ଜବତ କରିବା ସହିତ ସନ୍ଦିଗ୍ଧ ଗତିବିଧି/ସୋସିଆଲ ମିଡିଆ ଉଲ୍ଲଙ୍ଘନ/ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା/ଅନଧିକୃତ ଲୋକ ସହିତ ସୂଚନା ଦେବା/ଲିକ୍‌ କରିବା ଭଳି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ପ୍ରାରମ୍ଭିକ ଯାଞ୍ଚରେ ମିଳିଥିଲା ।

ତାଙ୍କ ବିରୋଧରେ ଯାଞ୍ଚ କରାଯିବା ପରେ ସୂଚନା ମିଳିଥିଲା କି, ମେଜର ଜଣକ ନିଜର ଇଲେକ୍ଟ୍ରୋନିକ ଡିଭାଇସରେ ଗୁପ୍ତ ଦସ୍ତାବିଜର ଏକ କପି ରଖିଥିଲେ । ଯାହା ସେନାର ନିୟମ ଅନୁଯାୟୀ ଅପରାଧ । ମେଜର ଜଣକ ସୋସିଆଲ ମିଡିଆ ଚାଟ୍‌ ଜରିଆରେ ପାକିସ୍ତାନର ଗୁପ୍ତ ସଂସ୍ଥା ସହିତ ସଂପର୍କ ଥିବା ମଧ୍ୟ ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.