ରକ୍ତ ଜୁଡୁବୁଡ ଅବସ୍ଥାରେ ୨୦ ମିନିଟ ଯାଏ ରାସ୍ତାରେ ଝଟପଟ ହେଉଥିଲେ ଯୁବକ, କିନ୍ତୁ ଲୋକ ନେଉଥିଲେ ଫଟୋ ଏବଂ ଭିଡିଓ
ଯୁବକ ଜଣକ ରକ୍ତରେ ଜୁଡୁବୁଡୁ ହୋଇ ୨୦ ମିନିଟ ପର୍ଯ୍ୟନ୍ତ ଝଟପଟ ହେଉଥିଲେ ମଧ୍ୟ କେହି ସାହାଯ୍ୟ କରିନଥିଲେ । ବରଂ ଲୋକ ତାଙ୍କ ମୋବାଇଲ ଏବଂ ଗୋ ପ୍ରୋ କ୍ୟାମେରା ଲୁଟିନେଇଥିଲେ । ଯଦି ଏହା ପୂର୍ବରୁ ହସପିଟାଲରେ ଭର୍ତ୍ତି କରାଯାଇଥାନ୍ତା, ହୁଏତ ତାଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା ।

ଦିଲ୍ଲୀର ପଞ୍ଚଶିଳ ଅଞ୍ଚଳରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଡକ୍ୟୁମେଣ୍ଟ୍ରାରୀ ଫିଲ୍ମ ନିର୍ମାତାଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ରକ୍ତରେ ଜୁଡୁବୁଡୁ ହୋଇ ୨୦ ମିନିଟ ପର୍ଯ୍ୟନ୍ତ ଝଟପଟ ହେଉଥିଲେ ମଧ୍ୟ କେହି ସାହାଯ୍ୟ କରିନଥିଲେ । ବରଂ ଲୋକ ତାଙ୍କ ମୋବାଇଲ ଏବଂ ଗୋ ପ୍ରୋ କ୍ୟାମେରା ଲୁଟିନେଇଥିଲେ । ତେବେ ବାଇକରେ ଯାଉଥିବା ଅନ୍ୟ ଲୋକ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ପରେ ପୋଲିସକୁ ଖବର ଦେଇଥିଲେ । ଗତ ଶନିବାର ରାତିରେ ଏଭଳି ଘଟଣା ଘଟିଛି ।
ଖବର ମୁତାବକ, ଗତ ଶନିବାର ରାତି ୧୦ଟା ସମୟରେ ମୃତ ଯୁବକ ପୀୟୁଷ ପାଲଙ୍କ ବାଇକ୍ ଅନ୍ୟ ଏକ ବାଇକ୍ ସହିତ ଧକ୍କା ହୋଇଥିଲା । ଫଳରେ ପୀୟୁଷ ଦୁର୍ଘଟଣାରେ ପଡି ୨୦ ମିନିଟ୍ ପର୍ଯ୍ୟନ୍ତ ଝଟପଟ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ଫଟୋ ଏବଂ ଭିଡିଓ କରିଥିଲେ କିନ୍ତୁ କେହି ସହାୟତା କରିନଥିଲେ ।
ଏହାପରେ ରାସ୍ତାରେ ଯାଉଥିବା ଅନ୍ୟ ବାଇକ୍ ଆରୋହୀ ପୀୟୁଷଙ୍କ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରି ପୋଲିସକୁ ସୂଚନା ଦେଇଥିଲେ । ଯୁବକ ଜଣକ ଦାମୀ ହେଲମେଟ ପିନ୍ଧିଥିବାରୁ ୨୦ ମିନିଟରୁ ଅଧିକ ସମୟ ଝଟପଟ ହୋଇଥିଲେ ।
ମୃତ ଯୁବକଙ୍କ ସାଙ୍ଗ କହିବା ଅନୁଯାୟୀ, ଯୁବକଙ୍କ ଦୁର୍ଘଟଣା ପରେ ତାଙ୍କ ମୋବାଇଲ ଏବଂ ଗୋ ପ୍ରୋ କ୍ୟାମେରା ଗାଏବ ଥିଲା । ପୀୟୁଷ ସୁଇମିଂ କ୍ଲାସରୁ ଘରୁକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ୯.୩୦ରେ ହୋଇଥିଲା, ଆଉ ତାଙ୍କୁ ୧୦.୦୦ରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦି ଏହା ପୂର୍ବରୁ ହସପିଟାଲରେ ଭର୍ତ୍ତି କରାଯାଇଥାନ୍ତା, ହୁଏତ ତାଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା । ତେବେ ସୁବଠାରୁ ଆଶ୍ଚର୍ଯ୍ୟର କଥା, ପୋଲିସ ଏହି ମାମଲାରେ ମୃତ ପୀୟୁଷଙ୍କ ନାମରେ ମାମଲା ଦାଏର କରିଛି ।