ମୋଟା ଝିଅମାନେ ସ୍ୱର୍ଗ ଯାଆନ୍ତି ନାହିଁ, ପାଦ୍ରୀ ଏମିତି କହିବା ପରେ କଣ ହେଲା ଦେଖନ୍ତୁ ଭିଡିଓ

ବ୍ରାଜିଲର ଜଣେ ପାଦ୍ରୀ ହେଉଛନ୍ତି ମାର୍ସଲୋ ରୋଷୀ । ନିଜ ଶ୍ରଦ୍ଧାଳୁଙ୍କ ସାମନାରେ ସାମ୍ନାରେ ଭାଷଣ ଦେଉ ଦେଉ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ କି ‘ମୋଟା ଝିଅମାନେ ସ୍ୱର୍ଗ ଯାଆନ୍ତି ନାହିଁ’ । ଏହା ଶୁଣି ଜଣେ ମୋଟି ଯୁବତୀ ଷ୍ଟେଜ ଉପରକୁ ଆସିଥିଲେ ଏବଂ ପାଦ୍ରୀଙ୍କୁ ପଛପଟୁ ଏକ ଶକ୍ତ ଧକ୍କା ଦେଇଥିଲେ ଯାହାଦ୍ୱାରା ପାଦ୍ରୀ ଷ୍ଟେଜ ଉପରୁ ତଳକୁ ଖସି ପଡ଼ିଥିଲେ। ଦେଖନ୍ତୁ ଏହି ଭିଡିଓ..


ଏହି ଭିଡ଼ିଓଟି ଟୁଇଟରରେ ଭାଇରଲ ହେବାରେ ଲାଗିଛି। ଏହି ଘଟଣାଟି ବ୍ରାଜିଲର ସୋଆ ପାଓଲା ଅଂଚଳର। କୁହାଯାଉଛି କି ପାଦ୍ରୀ ମାର୍ସଲୋ ରୋଷୀ ପାଖାପାଖି ୫୦ହଜାର ଲୋକଙ୍କୁ ସମ୍ବୋଧିତ କରୁଥିଲେ। ଏଭଳି ଏକ ଘଟଣା ଘଟିବା ପରେ ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ରୋଷୀ ତୁରନ୍ତ ତଳୁ ଉଠି ପଡ଼ିବା ସହ କହିଥିଲେ କି ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି।

Leave A Reply

Your email address will not be published.