ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ମହାମେଣ୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ମହାମେଣ୍ଟର ବଡ଼ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ ହୋଇଛି । ସୂଚନା ଅନୁସାରେ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି, କଂଗ୍ରେସ ସମେତ ସବୁ ବିରୋଧୀ ଦଳ । ଏଥିପାଇଁ ଏପରି ନୂଆ ରଣନୀତି ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । ସୂଚନା ଅନୁସାରେ ନିର୍ବାଚନ ଜିତିବା ଓ ସରକାର ଗଠନ କରିବା ପାଇଁ କଂଗ୍ରେସ ଦୁଇ ପର୍ୟ୍ୟାୟ ଫର୍ମୁଲା ପ୍ରସ୍ତୁତ କରିଛି । ପ୍ରଥମ ପର୍ୟ୍ୟାୟ ରଣନୀତି ଅନୁସାରେ କଂଗ୍ରେସ ସବୁ ବିରୋଧୀ ଦଳ ସହ ମିଶି ମହାମେଣ୍ଟ କରି ବିଜେପି ସରକାରକୁ ହରାଇବା ପାଇଁ ଉଦ୍ୟମ କରିବ ।

ଦ୍ୱିତୀୟ ପର୍ୟ୍ୟାୟ ରଣନୀତି ଅନୁସାରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବ । ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ । କଂଗ୍ରେସର କହିବା ଅନୁସାରେ, ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ଆଲୋଚନା କରିବା ହେଉଛି, ବିଭାଜନକାରୀ ରାଜନୀତି । ସେପଟେ ରାହୁଲ ଗାନ୍ଧି କହିଛନ୍ତି, ୨୩୦ରୁ ୨୪୦ଟି ଆସନରେ ବିଜୟୀ ହେଲେ, ବିଜେପି ସରକାର ଗଠନ କରିପାରିବ । ହେଲେ ଉତ୍ତରପ୍ରଦେଶ, ବିହାର ଓ ମହାରାଷ୍ଟ୍ରରେ ମହାମେଣ୍ଟକୁ ଅଧିକ ଆସନ ମିଳିବ । ସେହପିରି ରାହୁଲ କହିଛନ୍ତି, ଯଦି ମୋଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନହେଲେ, ଟିଡିପି ଓ ଶିବସେନା ବିଜେପି ସହ ଯାଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.