ଦୁନିଆର ସବୁଠୁ ଲମ୍ବା ରିଭର କ୍ରୁଜ୍‌ ‘ଗଙ୍ଗା ବିଳାସ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ରହିଛି ୫ଷ୍ଟାର ସୁବିଧା

ନୂଆଦିଲ୍ଲୀ : ଗଙ୍ଗା ବିଳାସ କ୍ରୁଜର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏହାକୁ ସବୁଜ ପତାକା ଦେଖାଇବା ପରେ ଏହି କ୍ରୁଜ୍ ୩୧ ଯାତ୍ରୀଙ୍କ ସହ ବାରଣାସୀର ରବିଦାସ ଘାଟରୁ ଯାତ୍ରା ଆରମ୍ଭ କରିଛି। ଏହି କ୍ରୁଜ ୩୨ ଶହ କିଲୋମିଟର ଯାତ୍ରା କରିବ । ଏଥିରେ ୩୧ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ୫୧ ଦିନ ଧରି ୫୦ଟି ସ୍ଥାନକୁ ଯାତ୍ରା କରି ଗୁଜରାଟ ଯିବ । ସେଠାରେ କେବଳ ଗଙ୍ଗାକୂଳ ଦେଖିବାକୁ ମିଳିବ ତାହାନୁହେଁ ବରଂ ଏଠାକାର ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ପାଇବେ ।

ବିଳାସ କ୍ରୁଜରେ ଜିମ୍‌, ସ୍ପା ସେଣ୍ଟର, ଲେକଚର ହାଉସ ଓ ଲାଇବ୍ରେରୀ ସୁବିଧା ରହିଛି । ଏହି କ୍ରୁଜରେ ୪୦ ଜଣ କ୍ରୁ ମେମ୍ବର ରହିଛନ୍ତି । ଏଠାରେ ଫାଇଭ ଷ୍ଟାର ହୋଟେଲ ଭଳି ଯାତ୍ରୀଙ୍କୁ ସୁବିଧା ମିଳବ । ତେବେ ଗଙ୍ଗା ନଦୀରେ ବିଶ୍ୱର ସବୁଠାରୁ ଲମ୍ବା ରିଭର କ୍ରୁଜ୍‌ ସେବା ଆରମ୍ଭ କରିବା ଏକ ଐତିହାସି ମୁହୂର୍ତ୍ତ । ଏହା ଭାରତର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସରକାରୀ ବିବୃତ୍ତିରୁ ମିଳିଥିବା ସୂଚନା ଅନୁସାରେ, ବାଂଲାଦେଶରେ ଏହା ମେଘନା, ପଦ୍ମ ଏବଂ ଯମୁନା ଦେଇ ଯାଇ ଆସାମର ବ୍ରହ୍ମପୁତ୍ରରେ ପ୍ରବେଶ କରିବ । ୫୦ ପର୍ଯ୍ୟଟନ ସ୍ଥଳୀରେ ୫୧ ଦିନ ଧରି ଯାତ୍ରା କରିବାକୁ ଥିବା ଏହି ଗଙ୍ଗା ବିଳାସ ଜାତୀୟ ଉଦ୍ୟାନ, ନଦୀ ଘାଟ ଏବଂ ପ୍ରମୁଖ ସହର ଯେପରି ବିହାରର ପାଟନା, ଝାଡଖଣ୍ଡର ସାହିବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ଆସାମର ଗୌହାଟୀ, ବାଂଲାଦେଶର ଢାକା ଭଳି ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାର ଯୋଜନା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.