ଖୁବ୍‌ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୀର୍ତ୍ତନ ଭିଡିଓ

ଗୁରୁ ରବିଦାସ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ତେବେ ଏହି ଅବସରରେ ସେ ଭକ୍ତମାନଙ୍କ ଗହଣରେ ବସି ଖଞ୍ଜଣି ବଜାଇ କୀର୍ତ୍ତନ କରୁଥିବାର ଦୃଶ୍ୟ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି ।
ଗତ ମଙ୍ଗଳବାର ଦିନ ଦିନ ଦିଲ୍ଲୀର କରୋଲବାଗ ଠାରେ ଥିବା ଶ୍ରୀଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିରରେ ଏହି ଆୟୋଜନ କରାଯାଇଥିଲା । ଏଠାକୁ ଆସିଥିବା ଅବସରରେ ମୋଦି ଶବ୍ଦ କୀର୍ତ୍ତନରେ ଭାଗ ନେଇଥିଲେ । ପରେ ତାକୁ ସେ ନିଜ ଟ୍ଵିଟରରେ ମଧ୍ୟ ସେୟାର କରିଥିଲେ । ଏହା ସହିତ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମକୁ ବୁଲି ଦେିଥିଲେ । ରବିଦାସ ଜୟନ୍ତୀ ପାଳନ ଯୋଗୁଁ ପଞ୍ଜାବ ନିର୍ବାଚନକୁ ଫେବ୍ରୁଆରୀ ୧୪ରୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.