କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୪୦୦କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ

କେନ୍ଯୁଜ୍: କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୦୦କୋଟିରୁ ଅଧିକ ଟଙ୍କା ପ୍ରୋଜେକ୍ଟର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।

ପ୍ରଥମ କେଦାରନାଥରେ ମୋଦିଙ୍କ ଐତିହାସିକ କାର୍ଯ୍ୟକ୍ରମ ଦେଖିବାକୁ ବିଭିନ୍ନ ଶିବ ମନ୍ଦିରରେ ବ୍ୟବସ୍ଥା କରାଯାଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଗତ କିଛି ବର୍ଷ ମଧ୍ୟରେ କେଦାରନାଥରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ମୋଦି ।

ଏହି ଗସ୍ତ ଅବସରରେ ୧୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । କିଛି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବେ । ଏହି ଅବସରରେ ଚାରିଧାମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କାର୍ଯକ୍ରମକୁ ସଂଯୋଜିତ କରାଯିବ। ଭିଡ଼ିଓ କନଫରେନ୍ସିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। ସେନେଇ ପୁରୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.