Below header

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ୱିଟ ଜରିଆରେ ଦେଲେ ଏପରି ବାର୍ତ୍ତା

ଦୀର୍ଘ ୭ ବର୍ଷ ୩ ମାସ ୩ ଦିନର ଅପେକ୍ଷା ପରେ ଶେଷରେ ଫାଶୀ ପାଇଲେ ନିର୍ଭୟା ଘଟଣାର ୪ ଜଣ ଦୁର୍ଦ୍ଦାନ୍ତ ଦୋଷୀ । ଏତେ ବର୍ଷର ବ୍ୟବଧାନ ପରେ ନିର୍ଭୟାଙ୍କ ପରିବାର ସମେତ ସମଗ୍ର ଭାରତ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିଛି । ଫାଶୀ ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ ଏହାକୁ ନ୍ୟାୟର ବିଜୟ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତିକି ମହିଳା ମାନଙ୍କ ଗାରିମା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହାର ଅତ୍ୟଧିକ ମହତ୍ତ୍ୱ ଅଛି । ମୋଦି ଏହା ମଧ୍ୟ କହିଛନ୍ତି କି, ଆମ ନାରୀ ଶକ୍ତି ପ୍ରତିଟି କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଆସିଛି । ଏଣିକି ଆମେ ସମସ୍ତେ ମିଶି ଏମିତି ଏକ ରାଷ୍ଟ୍ରର ଗଠନ କରିବା, ଯେଉଁଠି ମହିଳା ସଶକ୍ତିକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ, ଆଉ ଯେଉଁଠି ସମାନତା କୁ ବି ସମ୍ମାନ ମିଳିପାରୁଥିବା ।

କହି ରଖିବା ଉଚିତକି, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଦକ୍ଷିଣ- ପଶ୍ଚିମ ଦିଲ୍ଲୀରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତ ୪ ଦୋଷୀଙ୍କୁ ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ସମୟରେ ଫାଶୀ ଖୁଣ୍ଟରେ ଝୁଲାଯାଇଛି । ପୂରା ଦେଶକୁ ହଲାଇ ଦେଇଥିବା ଏହି ଦୋଷୀଙ୍କ ଭିତରେ ଥିଲେ ମୁକେଶ ସିଂ, ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂ, ରାମ ସିଂ ଓ ଜଣେ ନାବାଳକ । ନାବାଳକ ଜଣକ ୩ ବର୍ଷ ସୁଧାର ଗୃହରେ ୩ ବର୍ଷ ରହିବା ପରେ ଛଡା ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରାମ ସିଂ ଘଟଣାର ପରବର୍ଷ ଆତ୍ମହତ୍ୟା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.