Below header

ମୃତ୍ୟୁର ୨୫ ବର୍ଷ ପରେ ନିଲାମ ହେଲା ରାଜକୁମାରୀ ଡାୟନାଙ୍କ କାର୍‌, ଦାମ୍‌ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ବ୍ରିଟେନର ଦିବଂଗତ ରାଜକୁମାରୀ ଡାୟନା ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଡାୟନାଙ୍କ ମୃତ୍ୟୁର ୨୫ ବର୍ଷ ପରେ ତାଙ୍କର ଲକ୍‌ଜରୀ କାର  Ford Escort RS Turbo Series 1 ର ନିଲାମ ହୋଇଛି । ଏ ହେଉଛି ଡାୟନାଙ୍କ ସେହି ଗାଡି ଯେଉଁଥିରେ ଦୁର୍ଘଟଣା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଶନିବାର ବ୍ରିଟେନର ସେଲିବ୍ରେସନ ରେସିଂ ମାର୍କେଟ ରେ ହୋଇଥିବା ନିଲାମରେ ଡାୟନାଙ୍କ ଏହି ଗାଡିକୁ ୬.୮ କୋଟି ଟଙ୍କାରେ କିଣାଯାଇଛି । ଏହି ନିଲାମ କରିଥିବା ସେଲିବ୍ରେସନ େଓ୍ଵବସାଇଟରେ ‘ପ୍ରିନ୍ସ ଅଫ୍‌ େଓ୍ଵଲ୍ସ ଙ୍କ ଶେଷ କାର ଭାବେ ବର୍ଣ୍ଣିତ କରାଯାଇଛି । ଏହ ଗାଡ଼ି ୨୪,୯୬୧ ମାଇଲ ଚାଲି ସାରିଥିବା ଓ ଏହା ୧୯୮୫ ରୁ ୧୯୮୮ ମଧ୍ୟରେ ରାଜକୁମାରୀଙ୍କ ପାଖରେ ଥିଲା ବୋଲି ଏଥିରେ ବର୍ଣ୍ଣିତ କରାଯାଇଛି ।

ପ୍ରିନ୍ସ ଡାୟନାଙ୍କ ଏହି କଳା ରଂଗର ଗାଡ଼ିର ଆଉ ଏକ କାହାଣୀ ଥିବା ମଧ୍ୟକୁହାଯାଇଛି । କୁହାଯାଏ ସେ ସମୟରେ ଧଳା ରଂଗର ଗାଡ଼ି ନିର୍ମାଣ କରାଯାଉଥିଲା । ହେଲେ ଡାୟନାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କ ସୁରକ୍ଷା କର୍ମୀ ଏହାକୁ କଳା ରଂଗରେ ପରିବର୍ତ୍ତନ କରାଯାଇଥିଲା ।

ବିବିସି ରିପୋର୍ଟ ଅନୁଯାୟୀ ଡାୟନା ତାଙ୍କ ପ୍ରେମିକଙ୍କ ସହ ପ୍ୟାରିସରେ ଏହି କାରରେ ବୁଲୁଥିଲେ । ତାଙ୍କୁ ଜଣାପଡିଲା ଯେ ତାଙ୍କ କେହି ଫଟୋଗ୍ରାଫର ତାଙ୍କ ଫଟୋ ନେବା ପାଇଁ ତାଙ୍କ ୁ ଫଲୋ କରୁଛନ୍ତି । ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ତାଙ୍କ ଡ୍ରାଇଭର କାର ବେଗ ବଢ଼ାଇ ଦେଇଥିଲେ । ଏହି ସମୟରେ କାରଟି ଏକ ସୁଢ଼ଙ୍ଗର ଏକ ପୋଲ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ବେଗରେ ଥିଲା ଯେ ଏହି ଦୁର୍ଘଟଣାରେ ଡାୟନା, ତାଙ୍କ ପ୍ରେମିକ ଡୋଡି ଓ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା ।

ହେଲେ ଏହି ଦୁର୍ଘଟଣାରେ ଡୋଡିଙ୍କ ବଡ଼ ଗାର୍ଡ଼ ବଞ୍ଚିଯାଇଥିଲେ । ୨୦୦୮ ମସିହାରେ ଯାଞ୍ଚ ପାଇଁ ବସାଯାଇଥିବା କମିଟି ତାର ରିପୋର୍ଟରେ ଦୁର୍ଘଟଣାର କାରଣ ଡ୍ରାଇଭରର ଖାମଖିଆଲ ଥିଲା ବୋଲି କହିଥିଲେ । ଡ୍ରାଇଭରଙ୍କ ରକ୍ତ ପରୀକ୍ଷାରୁ ସେ ମଦ ପିଇଥିବା ନେଇ ରିପୋର୍ଟ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.