Below header

ପୋଲିସକୁ ଚକମା ଦେବାର ନୂଆ ତଲିକା, ଦେହରେ ମଳ ବୋଳି ହୋଇ ଫେରାର ହେଲେ କଏଦୀ

କୋଲକାତା : ମହାନଗର ତପସିୟା ଥାନାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଜଣେ କଏଦୀ ନିଜ ଶରୀର ଏବଂ ଅନ୍ୟାନ୍ୟ କଏଦୀଙ୍କ ଉପରେ ମଳ ପିଙ୍ଗି ଜେଲରୁ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ଏହାପରେ ପୋଲିସ ସନ୍ଧ୍ୟା ସମୟରେ ତାଙ୍କୁ ଅନ୍ୟଏକ ସ୍ଥାନରୁ ପୁଣି ଗିରଫ କରି ଜେଲରେ ଏବେ ବନ୍ଦ କରିଛି।

ଘଟଣା ଅନୁଯାୟୀ, ପୋଲିସ ମୋହମ୍ମଦ ଜବୀର ନାମକ ଜଣେ ବ୍ୟକ୍ତିଙ୍କୁ ଆର୍ମ୍ସ ଆକ୍ଟ ପାଇଁ ଗିରଫ କରିଥିଲା। ଜେଲରେ ଶୌଚ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହିନଥିବାରୁ କଏଦୀ ମାନଙ୍କୁ ହାଜତରେ ଭିନ୍ନ ଭାବେ ଘୋଡାଇ ହୋଇଥିବା ସ୍ଥାନରେ ନିଜର ନିତ୍ୟକର୍ମ କରାଯାଉଥିଲା।

prisoner-escapes-

ଗତ ସୋମବାର ଦିନ ଜବୀର ହାଜତର ସେହି ଶୈଚର ବ୍ୟବହାର ନକରି ବାହାରକୁ ଯିବାକୁ ଜିଦି କରିଥିଲେ। ଯାହାପରେ ଖୋଲାରେ ଶୌଚ କରିବା ପରେ ନିଜ ମଳକୁ ଶରୀରରେ ବୋଲିବା ଆରମ୍ଭ କରିଥିଲେ ଜବୀର।

ନିଶ୍ଚିତ ପଢ଼ନ୍ତୁ:  ଦିଲ୍ଲୀ ଅର୍ପିତ ହୋଟେଲ ଅଗ୍ନିକାଣ୍ଡ : ଆସନ୍ତୁ ଜାଣିବା ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା କିଛି…

ଖାଲି ସେତିକି ନୁହଁ, କଏଦୀ ଜଣଙ୍କ ଅନ୍ୟ କଏଦୀ ମାନଙ୍କ ଉପରେ ମଳ ଫିଙ୍ଗିବା ସହ ପୋଲିସଙ୍କ ପାଖକୁ ମଧ୍ୟ ଦୌଡି ଦୌଡି ଯାଇଥିଲା। ଫଳରେ ସଂପୂର୍ଣ୍ଣ ହାଜତରେ ଅସନା ବ୍ୟାପିଥିବା ବେଳେ ଖୁବ ଯୋରରେ ଦୁର୍ଗନ୍ଧ ହୋଇଥିଲା। ଯାହା ଫଳରେ କଏଦୀ କାନ୍ଦିବା ସହ ସେଠାରେ ପୋଲସଙ୍କ ଠିଆ ହେବା ମଧ୍ୟ କଷ୍ଠକର ହୋଇଯାଇଥିଲା।

prisoner

ପୋଲିସ ଜବୀରଙ୍କୁ ଗୋଟିଏ କୋଣରେ ବସାଇ ହାଜତ ସଫା କରିବା ପାଇଁ ଝାଡୁଦାରଙ୍କୁ ଡାକିବାକୁ ଯାଉଥିଲେ। ସେହିସମୟରେ ଜବୀର ହାଜତରୁ ବାହାରକୁ ପଳାଇଯାଇଥିଲେ। ପୋଲିସ ତାଙ୍କର ଫିଛା କରିଥିଲେ ମଧ୍ୟ ତାଙ୍କୁ ଧରିପାରିନଥିଲେ। ପରେ ଅଭିଯୁକ୍ତ ଜାବୀରଙ୍କୁ ସିୟାଲଦାହା ଥାନା ନିକଟରୁ ଉଦ୍ଦାର କରାଯାଇଥିଲା। ପରେ ତାଙ୍କୁ ସଫା କରି ପୁଣି ହାଜତ ମଧ୍ୟରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.