ଶିବଙ୍କ ଭକ୍ତିରେ ଲୀନ ହେଲେ କଏଦୀ, ତିଆରି କଲେ କୋଟିଏ ଶିବ ଲିଙ୍ଗ

ମଧ୍ୟପ୍ରଦେଶର ଗ୍ଵାଲିୟରରେ ଭକ୍ତିର ଏକ ନିଆରା ରଙ୍ଗ ଦେଖିବାକୁ ମିଳିଛି। ଗ୍ଵାଲିୟର ସ୍ଥିତ କେନ୍ଦ୍ରୀୟ ଜେଲରେ ଏକ ସେଭଳି ବାତାବରଣ ସୃଷ୍ଟି କରାଯାଇଛି। ଜେଲରେ ଅପରାଧ ଦୁନିଆ ସହ ଜଡ଼ିତ ଲୋକମାନେ ଭଗବାନଙ୍କ ଭକ୍ତିରେ ବୁଡ଼ି ଯାଇଛନ୍ତି। ୧୫ ଫେବ୍ରୁଆରୀରେ କଏଦୀଙ୍କ ପାଇଁ ଗ୍ଵାଲିୟର ସେଣ୍ଟ୍ରାଲ ଜେଲରେ ‘ଭାଗବତ ଗୀତା କଥା’ର ଆୟୋଜନ କରାଯାଇଛି। ଏ ଅବସରରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବ୍ରାହ୍ମଣମାନେ ଗୀତା ପାଠ କରୁଛନ୍ତି ଓ କଏଦୀଙ୍କୁ ସତ୍‌ମାର୍ଗରେ ଯିବାକୁ ପରାମର୍ଶ ଦେଉଛନ୍ତି। ଏହା ଗତ ୧୦ ଦିନ ଧରି ଚାଲିଛି।

ପୂଜା ଶେଷ ଦିନକୁ ଖାସ୍‌ କରିବା ପାଇଁ କଏଦୀମାନେ ୧ କୋଟି ୨୫ ଲକ୍ଷ ଶିବଲିଙ୍ଗ ତିଆରି କରିଛନ୍ତି। ଏତେ ସଂଖ୍ୟକ ଶିବଲିଙ୍ଗ ତିଆରି କରିବାକୁ ସେମାନେ ପ୍ରତିଦିନ ୯ ଘଣ୍ଟା ଅବିରତ କାମ କରୁଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।

ପ୍ରକାଶ ଯେ, ମଧ୍ୟପ୍ରଦେଶରେ ଅନେକ ପୌରାଣିକ ମନ୍ଦିର ରହିଛି। ଏଠାରେ ସବୁ ଦେବାଦେବୀଙ୍କର ପ୍ରାୟ ଶତାଧିକ ମନ୍ଦିର ରହିଛି, ଯେଉଁଠାକୁ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.