ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ, ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଆଜିଠୁ ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ । ଟସ୍‌ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ପିଙ୍କ୍‌ ବଲ୍‌ । ଏବେ ସିରିଜ ୧-୧ରେ ବରାବର ରହିଛି । ତୃତୀୟ ଟେଷ୍ଟରେ ଟକ୍କର ଜୋରଦାର ହୋଇପାରେ । ତୃତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ଦଳ ଘୋଷଣା ହୋଇଛି। ଦଳକୁ ଫେରିଛନ୍ତି ଯଶପ୍ରୀତ ବୁମରା। ମହମ୍ମଦ ସିରାଜଙ୍କ ସ୍ଥାନରେ ବୁୁମ୍‌ରାଙ୍କୁ ଦଳରେ ସ୍ଥାନ ମିଳିଛି। କୁଲଦୀପ ଯାଦବଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଛି ।

ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ହୋଇଛି ।  ଇଶାନ୍ତ ଶର୍ମାଙ୍କ ସହ ଫାଷ୍ଟ ବୋଲିଂ ସମ୍ଭାଳିବେ । ତେବେ ମୋଟାରାରେ ଶେଷ ଥର ୨୦୧୨ରେ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ଏହି ମ୍ୟାଚକୁ ୯ ଓ୍ଵିକେଟରେ ଜିତିଥିଲା ଟିମ୍‌ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.