ବିଜୟ ପାଇଁ ପୂଜାର୍ଚ୍ଚନା, କର୍ଣ୍ଣାଟକ ନିର୍ବାଚନ ପାଇଁ ହନୁମାନ ମନ୍ଦିରରେ ପ୍ରିୟଙ୍କା ଗାନ୍ଧିଙ୍କ ପୂଜା

ହନୁମାନଙ୍କ ଶରଣରେ ପ୍ରିୟଙ୍କା ଗାନ୍ଧି । କର୍ଣ୍ଣାଟକ ନିର୍ବାଚନ ପାଇଁ ଶିମଲାର ଜାଖୁ ହନୁମାନ ମନ୍ଦିରରେ ପୂଜା କରୁଛନ୍ତି ପ୍ରିୟଙ୍କା ଗାନ୍ଧି । ଯାହାର ଭିଡିଓ କଂଗ୍ରେସ ସେୟାର କରିଛି ।

କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳୁ ଚାଲୁ ରହିଛି । ଏହାମଧ୍ୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କାଗାନ୍ଧି ଶିମଲା ସ୍ଥିତ ପ୍ରସିଦ୍ଧ ଜାଖୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ପାର୍ଟି ପକ୍ଷରୁ ପ୍ରିୟଙ୍କା ମନ୍ଦିର ରେ ପୂଜାର୍ଚ୍ଚନା କରିବା ଭିଡିଓ ସେୟାର କରାଯାଇଛି । ପ୍ରିୟଙ୍କା ସେଠାରେ ଦେଶର ଏବଂ କର୍ଣ୍ଣାଟକର ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ।

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ହୁବାଲ୍ଲୀସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି।

ଏହାପୂର୍ବରୁ କଂଗ୍ରେସ ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ସେୟାର କରିଥିଲା। ଭିଡିଓ ସେୟାର କରି କଂଗ୍ରେସ କ୍ୟାପସନ ଦେଇ ଲେଖିଥିଲା, ମୁଁ ଅଜୟ, ମୋର ବହୁତ ଭରସା ରହିଛି, ହଁ ମୁଁ ଆଜି ଅଜୟ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି, କର୍ଣ୍ଣାଟକ ନିର୍ବାଚନ ପରିଣାମ ପାଇଁ କଂଗ୍ରେସ ମଧ୍ୟରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଆଜି ସକାଳ ୮ଟା ବେଳେ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗଣନା ଆରମ୍ଭ ହେବାର ଦେଢ଼ ଘଣ୍ଟା ପରେ କଂଗ୍ରେସ ସମୁଦାୟ ଆସନରୁ କଂଗ୍ରେସ ଅଧାରୁ ଅଧିକରେ ଆଗୁଆ ରହିଛି । ୨୨୪ ଆସନବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୩୦ରୁ ଊର୍ଦ୍ଧ୍ବ ଆସନରେ ବିଜୟୀ ହେବ ବୋଲି କଂଗ୍ରେସ ନେତା ଆଶା ରଖିଛନ୍ତି ।ତେବେ ଏପର୍ଯ୍ୟନ୍ତ ଗଣତି ସୁଦ୍ଧା କଂଗ୍ରେସ ୧୩୨ ସିଟରେ ଆଗୁଆ ରହିଛି । ସେହିପରି ବିଜେପି ୭୩ରେ, ଜେଡିଏସ୍‌ ୧୭ ଏବଂ ଅନ୍ୟାନ୍ୟ ୨ଟି ଆସନରେ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.